କରୋନାରେ ଗୋଟିଏ ପରିବାରର ୪ ଭାଇଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 2, 2020

କରୋନାରେ ଗୋଟିଏ ପରିବାରର ୪ ଭାଇଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅନେକ ଲୋକ ଅନେକ ପ୍ରକାର ଦୁଃଖ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ଅଙ୍ଗାରଗାଁର ମହନ୍ତ ସାହୁଙ୍କ ଦୁଃଖ କେବଳ ଅଙ୍ଗେନିଭେଇଥିବା ଲୋକ ବୁଝିପାରିବ। କରୋନାରେ ୩ ମାସ ଭିତରେ ତାଙ୍କର ୪ ପୁଅ ଜଣକ ପରେ ଜଣେ ମୃତ୍ୟୁମୁଖରେ ପଡ଼ିଛନ୍ତି। କରୋନା ସଂକ୍ରମଣ ପୂର୍ବରୁ ହସଖୁସିରେ ଚଳୁଥିବା ତାଙ୍କ ପରିବାର ଏବେ ମୃତ୍ୟର ବୋଝରେ ମ୍ରିୟମାଣ। ମହନ୍ତଙ୍କ ଅନ୍ୟ ଗୋଟିଏ ପୁଅ ମଧ୍ୟ ଦୁଇ ବର୍ଷ ତଳେ ରୋଗରେ ପଡ଼ି ପ୍ରାଣ ହରାଇଥିଲେ।

ମହନ୍ତ ସାହୁଙ୍କର ମୋଟ ପାଞ୍ଚ ପୁଅ। ସେମାନଙ୍କ ମଧ୍ୟରୁ ଦ୍ୱିତୀୟ ପୁଅ ହେଲେ ଭିକାରୀ। ସେ ଦୁଇ ବର୍ଷ ତଳେ ପ୍ରାଣ ହରାଇଥିଲେ। ତାଙ୍କର ବଡ଼ ପୁଅ ହେଲେ ଧବଳେଶ୍ୱର। ତାଙ୍କୁ ୬୦ ବର୍ଷ ହୋଇଥିଲା। ତାଙ୍କର ଏକ ତେଜରାତି ଦୋକାନ ଥିଲା। ସବା ସାନ ପୁଅ କୃଷ୍ଣ ଚନ୍ଦ୍ରକୁ ୪୨ ବର୍ଷ ହୋଇଥିଲା। ସେ ମଧ୍ୟ ତେଜରାତି ଦୋକାନ କରିଥିଲେ। ଭାଇମାନଙ୍କ ମଧ୍ୟରେ ଚତୁର୍ଥ ମଙ୍ଗରାଜକୁ ୪୮ ବର୍ଷ ବୟସ ହୋଇଥିଲା ଓ ତାଙ୍କର ଏକ ଔଷଧ ଦୋକାନ ଥିଲା। ତୃତୀୟ ଭାଇ ବାସୁଦେବଙ୍କର ବୟସ ହୋଇଥିଲା ୫୦ ଓ ତାଙ୍କର ଦୁଇଟି ବସ୍‌ ଓ ଗୋଟିଏ ଟ୍ରାକ୍ଟର ଥିଲା।

ଜୁଲାଇ ୧୪ ତାରିଖରେ ପ୍ରଥମେ କୃଷ୍ଣଚନ୍ଦ୍ରଙ୍କ ପରିବାର ଉଚ୍ଛନ୍ନ ହେଲା। ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିବା ପରେ ଭୁବନେଶ୍ୱର କୋଭିଡ଼ ହସ୍ପିଟାଲ ନିଆଯାଉଥିଲା। ବାଟରେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା। ଏହାର ଦୁଇ ଦିନ ପରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ମଙ୍ଗରାଜଙ୍କର ମୃତ୍ୟୁ ହୋଇଯାଇଥିଲା। ଅଙ୍ଗାରଗାଁ ସରପଞ୍ଚ ସରୋଜ ସାହୁ ଗଣମାଧ୍ୟମକୁ ଦେଇଥିବା

ସୂଚନା ଅନୁସାରେ ଏହାର ଦୁଇ ଦିନ ପରେ ବାସୁଦେବ ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ। ତିନି ଭାଇଙ୍କ ମୃତ୍ୟୁରେ ମ୍ରିୟମାଣ ଧବଳେଶ୍ୱର ମାନସିକ ଦୁଃଖ ଓ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଜୀବନ ସଂଗ୍ରାମ ଆଗେଇ ନେଉଥିବାବେଳେ ସେପ୍ଟେମ୍ବର ୨୭ ତାରିଖରେ ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେଲା। ସେ ଛାନିଆ ହୋଇ ରାପିଡ୍‌ ଆଣ୍ଟିଜେନ୍‌ ପରୀକ୍ଷା କରାଇଲେ। ସେଥିରୁ ନେଗେଟିଭ ରିପୋର୍ଟ ମିଳିଲା। କିନ୍ତୁ ଏହା ସତ୍ତ୍ୱେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କର୍ମଚାରୀମାନେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କଲେ।

ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର ୩୦ ତାରିଖ ବୁଧବାର ତାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା। ଏଥିପାଇଁ ଧବଳେଶ୍ୱରଙ୍କ ପୁଅ ତାଙ୍କର ମୃତ୍ୟୁ ପାଇଁ ସରକାରଙ୍କୁ ଦାୟୀ କରନ୍ତି। ବାପାଙ୍କର ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ସରକାରୀ ଲୋକେ ତାଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କଲେ ଓ ସେଠାରେ ତାଙ୍କର ମୃତ୍ୟୁ ହେଲା ବୋଲି କହନ୍ତି। ଧବଳେଶ୍ୱରଙ୍କ ପୁତୁରା ରଙ୍ଗାଧର ସାହୁ ଗଣମାଧ୍ୟମକୁ ପରିବାର ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଏବେ ସେମାନେ ଛେଉଣ୍ଡ, ସାହସ ଦେବାକୁ ଘରର କୌଣସି ମୁରବୀ ରହିନାହାନ୍ତି।

The post କରୋନାରେ ଗୋଟିଏ ପରିବାରର ୪ ଭାଇଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/30nKLXG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages