ଗାଁରେ ହାତୀ ପଲ, ଲୋକେ ଭୟଭୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 23, 2020

ଗାଁରେ ହାତୀ ପଲ, ଲୋକେ ଭୟଭୀତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳ ଓ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ଚୌଦ୍ୱାର ଥାନା ନିକଟରେ ଥିବା ଛତିଶାପାଟରେ ୨୨ଟି ହାତୀ ଉପଦ୍ରବ ଚଳାଇଛନ୍ତି। ଏପରିକି ବାଣୀପଦା ଗାଁରେ ଜଣେ ଲୋକଙ୍କ ବାଡ଼ିରେ ଗୋଟିଏ ଦନ୍ତା ପଶି ଯାଇ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ କରି ଦେଇଥିବା ଜଣାଯାଇଛି। ଏହି ସବୁ ହାତୀ.ପଲ ନିକଟରରେ ଥିବା ଡମଣି ଜଙ୍ଗଲରୁ ଆସିଥିବା ସନ୍ଦେହ କରାଯାଉଛି।

ଗାଁ ନିକଟରେ ହାତୀ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଖବର ପାଇବା ପରେ ବନ ବିଭାଗ ସେଠାରେ ପହଞ୍ଚି ହାତୀପଲକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି।

ସେହିପରି କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗାଁରେ ହାତୀ ଉପଦ୍ରବ ଲାଗି ରହିଛି। ଗାଁ ନିକଟରେ ଏକ ହାତୀ ପଲ ଥିବା  ଜଣାଯାଇଛି। ଏହି ଦଳରେ ଅଛନ୍ତି ୨୩ଟି ହାତୀ। ଏହି ହାତୀମାନେ ବହୁ ଚାଷ ଫସଲ ନଷ୍ଟ କରୁଛନ୍ତି।

ଏହା ସହିତ ହାତୀମାନେ ଗାଁ ଭିତରକୁ ପଶି ଆସି ପାରନ୍ତି ବୋଲି ଲୋକେ ଭୟରେ ଅଛନ୍ତି। ବନ ବିଭାଗ ହାତୀମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଛି।

The post ଗାଁରେ ହାତୀ ପଲ, ଲୋକେ ଭୟଭୀତ appeared first on Odisha Reporter.



from Odisha Reporter https://ift.tt/31CqCh0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages