ବାଲେଶ୍ୱର ଉପନିର୍ବାଚନ; ଆଜି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 23, 2020

ବାଲେଶ୍ୱର ଉପନିର୍ବାଚନ; ଆଜି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଉପନିର୍ବାଚନରେ ବିଜେପି ପାଇଁ ଆଜି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ଧର୍ମେନ୍ଦ୍ର ଗତ ରାତିରୁ ବାଲେଶ୍ୱରରେ ପହଞ୍ଚିଛନ୍ତି । ଆଜି ସେ ସାଧାରଣସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ । ଏହା ପୂର୍ବରୁ ଗତକାଲି ତିର୍ତ୍ତୋଲରେ ମଧ୍ୟ ଭର୍ଚୁଆଲ୍ ରାଲି ମାଧ୍ୟମରେ ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ବାଲେଶ୍ୱରରେ ପ୍ରଚାର କରିଛନ୍ତି ।

ସେପଟେ ବିଜେଡି ମଧ୍ୟ ପ୍ରଚାରକୁ ଜୋରଦାର କରିଛି । ଦଳୀୟ ନେତା ଓ କର୍ମୀ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ରାଜ୍ୟ ସରକାରଙ୍କ ଅଧିକାଂଶ ମନ୍ତ୍ରୀ, ବିଜେଡି ବିଧାୟକ ଓ ପଡ଼ୋଶୀ ଜିଲ୍ଲାର ପଞ୍ଚାୟତସ୍ତରର କର୍ମୀ ଆସି ବିଜେଡି ପାଇଁ ପ୍ରଚାର କରୁଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁ ନିଜେ ଦୁଆର ଦୁଆର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ଆସି ପ୍ରଚାର କରିଛନ୍ତି ।

The post ବାଲେଶ୍ୱର ଉପନିର୍ବାଚନ; ଆଜି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ appeared first on Odisha Reporter.



from Odisha Reporter https://ift.tt/3omV8FK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages