ପ୍ୟାରିସ: ଜଣେ ହାଇସ୍କୁଲ ଶିକ୍ଷକଙ୍କ ମୁଣ୍ଡ କାଟିଦେଇଛନ୍ତି ଦୁର୍ବୃତ୍ତ। ଶୁକ୍ରବାର ଅପରାହ୍ନରେ ଫାନ୍ସର ରାଜଧାନୀରେ ଏହି ହତ୍ୟାକାଣ୍ଡ ଘଟିଛି। କ୍ଲାସରୁମରେ ପାଠ ପଢ଼ାଉଥିବାବେଳେ ଶିକ୍ଷକ ଜଣଙ୍କ ପ୍ରଫେଟ୍ ମହମ୍ମଦଙ୍କ କାର୍ଟୁନ୍ ଦେଖାଇଥିଲେ ଛାତ୍ରଛାତ୍ରୀଙ୍କୁ।
ଏହାପରେ ଅପରାହ୍ନ ୫ଟାରେ ସ୍କୁଲ୍ ବାହାରେ କୋନଫ୍ଲାନ୍ସ ସେଣ୍ଟ ହୋନୋରାଇନରେ ଶିକ୍ଷକ ଜଣଙ୍କ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସନ୍ଦିଗ୍ଧକୁ ଏନକାଉଣ୍ଟର କରିଥିଲା। ପରେ ସନ୍ଦିଗ୍ଧର ମୃତ୍ୟୁ ଘଟିଛି। ମୃତକଙ୍କ ଜଣଙ୍କ ଇତିହାସ ଶିକ୍ଷକ ବୋଲି ଜଣାପଡ଼ିଛି। ଗତ ତିନି ସପ୍ତାହରେ ଫ୍ରାନ୍ସରେ ଏଭଳି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଛି।
ମୃତ୍ୟୁ ପୂର୍ବରୁ ଏହି ସ୍କୁଲ ଶିକ୍ଷକଙ୍କୁ ଧମକ ଦିଆଯାଉଥିଲା। ଅଭିଭାବକ ମାନେ ମଧ୍ୟ ଶିକ୍ଷକଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ତେବେ ଶିକ୍ଷକଙ୍କୁ ହତ୍ୟା କରିଥିବା ଆତଙ୍କୀର ପିଲା ସେହି ସ୍କୁଲରେ ପଢୁଥିଲେ ବୋଲି କୁହାଯାଉଛି।
ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ସେ କହିଛନ୍ତି। ଘଟଣାର ତଦନ୍ତ ପରେ ଏବେ ସୁଦ୍ଧା ୪ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି।
ରାଷ୍ଟ୍ରପତି କହିଛନ୍ତି ସ୍ୱାଧୀନ ଦେଶରେ ସମସ୍ତେ ନିଜ ନିଜ ବିଚାରଧାରା ରଖିପାରିବେ। ଏହା ଗଣତାନ୍ତ୍ରିକ ଦେଶ। ଏଭଳି ଘଟଣା ଘଟାଇ ଦେଶବାସୀଙ୍କୁ ଭୟଭୀତ କରିବାକୁ ଚରମପନ୍ଥୀ ମାନେ ଚେଷ୍ଟା କରି ବିଭାଜନ ପାଇଁ ଚେଷ୍ଟା କରୁଛନ୍ତି। ଦେଶବାସୀ କେବେହି ଏଭଳି ହେବାକୁ ଦେବେନି। ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ପଶ୍ଚିମ ୟୁରୋପରେ ପ୍ରାୟ ୫ ନିୟୁତ ମୁସଲମାନ ଜନସଂଖ୍ୟା ରହିଛି। ଇସଲାମ ଧର୍ମାଲମ୍ୱୀ ଏଠାରେ ଦୁଇ ନମ୍ବରରେ ରହିଛନ୍ତି।
The post ପ୍ରଫେଟ୍ ମହମ୍ମଦଙ୍କ କାର୍ଟୁନ୍ କ୍ଲାସରେ ଦେଖାଇବାରୁ ଶିକ୍ଷକଙ୍କ ମୁଣ୍ଡ କାଟ୍ appeared first on Odisha Reporter.
from Odisha Reporter https://ift.tt/3kktOWh
No comments:
Post a Comment