ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 25, 2020

ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀଜିଉଙ୍କ ଦିବ୍ୟ ଦୁର୍ଲଭ ନାଗାର୍ଜୁନ ବେଶ ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ। ଚଳିତବର୍ଷ ପଞ୍ଚକ ୫ ଦିନ ବଦଳରେ ୬ ଦିନ ପଡୁଥିବାରୁ ବିଧି ଅନୁସାରେ ମଳ ଦ୍ୱାଦଶୀରେ ମହାପ୍ରଭୁଙ୍କ ନାଗା ବେଶ ଲାଗି ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି।

ଆଜି ବେଶ ଅନୁକୂଳ ଥିବାରୁ ତା’ ପୂର୍ବରୁ ସଂଗ୍ରହ ସରିଛି ଏସବୁ ଭଳିକି ଭଳି ସାମଗ୍ରୀ। ସନ୍ତରା ପଟ, ସୋଲ ଓ ବେତ ଆଦି ଦ୍ରବ୍ୟରେ ତିଆରି ହେବ ନାଗାର୍ଜୁନ ବେଶ ଲାଗି ସାଜ ଓ ସରଞ୍ଜାମ। ୨୫ ବର୍ଷ ଅନ୍ତରରେ ଏହି ବେଶ ପଡୁଥିବାରୁ ଏହାକୁ ନେଇ ବେଶ୍ ଉତ୍ସାହୀ ଓ ଭାବବିହ୍ୱଳ ହୋଇପଡ଼ିଛନ୍ତି ଶିଳ୍ପୀ। ଏପଟେ ଠାକୁରଙ୍କ ଏ ବିରଳ ବେଶ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷାରେ ଥିବାରୁ ସରକାର କିଛି ବ୍ୟବସ୍ଥା କରିବା ଆଶାରେ ଅଛନ୍ତି ଭକ୍ତ ଓ ଜଗନ୍ନାଥ ସଂସ୍କୃତି ପ୍ରେମୀ।

ସେପଟେ ଆଉ ଦିନକ ପରେ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ବ୍ରତ। ସେଥିପାଇଁ ହବିଷ୍ୟାଳିଙ୍କ ଗହଣରେ କମ୍ପି ଉଠିବା କଥା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ। ହେଲେ ମହାମାରୀ କରୋନା ପାଇଁ ବଡ଼ଦେଉଳ ବନ୍ଦ ଥିବାରୁ ସିଂହଦ୍ୱାର ସାମ୍ନାରେ ଦର୍ଶନ ଫେରୁଛନ୍ତି। କୋଭିଡ୍‌ କଟକଣା ପାଇଁ ଏ ବର୍ଷ ହବିଷ୍ୟାଳିଙ୍କ ଲାଗି କୌଣସି ବ୍ୟବସ୍ଥା ନଥିବାରୁ ଖାଁ ଖାଁ ଲାଗୁଛି ପୁରୀ ସହର। ସେପଟେ କାର୍ତ୍ତିକରେ ଶ୍ରୀଜିଉଙ୍କ ନୀତିକାନ୍ତି ପାଳନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଛି ନୀତିକାନ୍ତି।

ଏହା ପୂର୍ବରୁ ୧୯୯୪ ମସିହାରେ ଅନୁଷ୍ଠିତ ହୋଇଥିଲା ଶ୍ରୀଜିଉଙ୍କ ଦିବ୍ୟ ଦୁର୍ଲଭ ନାଗାର୍ଜୁନ ବେଶ।

The post ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ appeared first on Odisha Reporter.



from Odisha Reporter https://ift.tt/2HxdHWU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages