ଦୁର୍ଘଟଣାରେ ଶିଶୁପୁତ୍ରର ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 25, 2020

ଦୁର୍ଘଟଣାରେ ଶିଶୁପୁତ୍ରର ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ବାଲିଗୁଡ଼ା(ଅଜିତ ନାୟକ): ବୋଲେରୋ ଧକ୍କାରେ ୫ବର୍ଷର ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା-ରାଇକିଆ ମୁଖ୍ୟରାସ୍ତାରେ କାଠ, ପଥର ପକାଇ ପକାଇ ରାସ୍ତାରୋକ କରିଛନ୍ତି। କ୍ଷତିପୂରଣ ଦାବି ସହ ଦୁର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭର ଗିରଫ ଦାବି କରିଛନ୍ତି। 

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଜିଡୁବାଡି ଗାଁର ସୁଶୀଲ ପ୍ରଧାନଙ୍କ ୫ବର୍ଷର ପୁଅ ରାସ୍ତାରେ ଯାଉଥିବା ବେଳେ ଗୋଟିଏ ବୋଲେରୋ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଆହତ ଶିଶୁପୁତ୍ରକୁ ପରିବାର ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପ୍ରକାଶ ପାଇବା ପରେ ଆଜି ସକାଳେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ କ୍ଷତିପୂରଣ ଓ ଗାଡ଼ି ଡ୍ରାଇଭର ଗିରଫ ଦାବିରେ ଶବ ରଖି ରାଇକିଆ- ବାଲିଗୁଡା ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ରାଇକିଆ ଓ ବଲିଗୁଡା ମଧ୍ୟରେ ଗାଡି ଚଳାଚଳ ଠପ୍‌ ହୋଇଯାଇଛି। ଖବର ପାଇ ସାରଂଗଡ଼ ପୁଲିସ ବୋଲେରୋ ମାଲିକକୁ ଅଟକ ରଖିଛି। ଅନ୍ୟପକ୍ଷରେ ଗାଡ଼ି ଡ୍ରାଇଭର ଏବେ ସୁଦ୍ଧା ଫେରାର ଅଛି।

The post ଦୁର୍ଘଟଣାରେ ଶିଶୁପୁତ୍ରର ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ appeared first on Odisha Reporter.



from Odisha Reporter https://ift.tt/2Tp3G0j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages