ନୂଆଦିଲ୍ଲୀ: ତିନି ଥର ଟାଇଟଲ୍ ସହ ଚାରି ଥର ରନର୍ସ ଅପ୍ ହୋଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଚଳିତ ଆଇପିଏଲ ସିଜିନର ଏଯାଏ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। କେବେ ଓପନିଂ, ପୁଣି କେବେ ମଧ୍ୟକ୍ରମ ବ୍ୟାଟିଂ ତ ଆଉ କେବେ ବୋଲିଂ ଆକ୍ରମଣକୁ ନେଇ ସଂଘର୍ଷ କରୁଥିବା ସିଏସକେ ଆଜି ସନ ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ଦୁଇ ଦଳ ପାଇଁ ଚଳିତ ସିଜିନରେ ଏହା ଚତୁର୍ଥ ମ୍ୟାଚ୍ ହୋଇଥିବାବେଳେ ଉଭୟ ଟିମ୍ ନିଜ ତିନିଟି ମ୍ୟାଚରୁ ଗୋଟିଏ ବିଜୟ ଓ ଦୁଇଟିରେ ପରାଜୟ ବରଣ କରିଛନ୍ତି। ତେବେ ସ୍କୋରିଂ ହାର ଦୃଷ୍ଟିରୁ ଚେନ୍ନାଇ ହାଇଦ୍ରାବାଦ ତଳକୁ ରହିଛି।
ଏଯାଏ କ୍ୟାପଟେନ୍ କୁଲଙ୍କ ସିଏସକେ ପାଇଁ ପ୍ଲସ୍ ପଏଣ୍ଟ ରହିଛି ଫାପ୍ ଡୁପ୍ଲେସିସଙ୍କ ସ୍ଥିର ବ୍ୟାଟିଂ ଓ ସାମ୍ କୁରନଙ୍କ ଅଲରାଉଣ୍ଡ ପ୍ରଦର୍ଶନ। ଅନ୍ୟମାନେ ଏଯାଏ ନିଜ ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିବାରୁ ଦଳ ଏଯାଏ ପେଣ୍ଟ ଟେବୁଲର ନିମ୍ନରେ ରହିଛି।
ତେବେ ଶୁକ୍ରବାର ମ୍ୟାଚରେ ମାହିଙ୍କ ଟିମ୍ ପାଇଁ ଆଶ୍ୱସ୍ତିକର ଖବର ହେଉଛି ଇଣ୍ଡିଜ୍ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଓ ପ୍ରଥମ ମ୍ୟାଚରେ ଉଲ୍ଲେଖନୀୟ ସ୍କୋର୍ କରିଥିବା ଭେଟେରାନ୍ ଅମ୍ବାତି ରାୟୁଡ଼ୁ ଏହା ଭିତରେ ସଂପୂର୍ଣ୍ଣ ଫିଟ୍ ହୋଇଯାଇଛନ୍ତି। ଉଭୟେ ଆଜିର ମ୍ୟାଚ୍ ଖେଳିବା ସମ୍ଭାବନା ରହିଛି।
ସନ ରାଇଜର୍ସ ହାଇଦ୍ରାବାଦ ନିଜ ପ୍ରଥମ ଦୁଇଟି ମ୍ୟାଚର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ତୃତୀୟ ମ୍ୟାଚରେ ଜବରଦସ୍ତ ବିଜୟ ସହ ଲୟକୁ ଫେରିଛି। ବିଶେଷ କରି ଟପ୍ ଅର୍ଡରରେ ଅଧିନାୟକ ୱାର୍ଣ୍ଣର, ଜନ୍ନି ବେୟାରଷ୍ଟୋ, କେନ୍ ୱିଲିୟମସନ୍ ସଫଳ ହୋଇଥିବାବେଳେ ଆଫଗାନୀ ଅଲରାଉଣ୍ଡର୍ ରଶିଦ୍ ଖାନ୍ ନିଜ ଖ୍ୟାତି ଅନୁସାରେ ପ୍ରଦର୍ଶନ ଦେଇଛନ୍ତି।
ଆଜିର ମ୍ୟାଚରେ ହାଇଦ୍ରାବାଦ୍ ଚେନ୍ନାଇର ଦୁର୍ବଳ ମନୋବଳରୁ ଫାଇଦା ନେବାକୁ ନିହାତି ଉଦ୍ୟମ କରିବ। ତେବେ ବହୁ ଚାମ୍ପିଅନ ଖେଳାଳିଙ୍କ ଦ୍ୱାରା ସମୃଦ୍ଧ ସିଏସକେ ଯେ କୌଣସି ମୁହୂର୍ତ୍ତରେ ବାଉନ୍ସ ବ୍ୟାକ୍ କରିବାର କ୍ଷମତା ରଖିଛି।
The post ଆଜି ସୁପର କିଙ୍ଗସ୍ ସହ ଟକ୍କର ନେବ ସନ ରାଇଜର୍ସ: ଫେରି ପାରନ୍ତି ବ୍ରାଭୋ, ରାୟୁଡ଼ୁ appeared first on Odisha Reporter.
from Odisha Reporter https://ift.tt/33rY6jT
No comments:
Post a Comment