ମହିଳା ନେତ୍ରୀଙ୍କୁ ‘ଆଇଟମ୍’ କହି ବିବାଦରେ କମଲନାଥ, ଜବାବ ଦେଲେ ଶିବରାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 19, 2020

ମହିଳା ନେତ୍ରୀଙ୍କୁ ‘ଆଇଟମ୍’ କହି ବିବାଦରେ କମଲନାଥ, ଜବାବ ଦେଲେ ଶିବରାଜ

ଭୋପାଳ: ବିଜେପି ସାଂସଦ ଇମାରତୀ ଦେବୀଙ୍କୁ ‘ଆଇଟମ୍’ କହି ଅଡୁଆରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ଜାତୀୟ ନିର୍ବାଚନ କମିଶନ ଏ ନେଇ ମଧ୍ୟପ୍ରଦେଶ ନିର୍ବାଚନ କମିଶନଙ୍କ ପାଖରୁ ଜବାବ ତଲବ କରିଛି। ସେହିପରି ଜାତୀୟ ମହିଳା କମିଶନ ମଧ୍ୟ କମଲାନଥଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିବା ସହିତ ନିର୍ବାଚନ କମିଶନଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଶିବରାଜ ସିଂ ଆଜି ଏ ନେଇ କହିଛନ୍ତି, କମଲ ନାଥଙ୍କର କଣ ହୋଇଛି? ୭୪ ବର୍ଷ ବୟସ୍କ ବିଜେପିର ଇମାରତୀ ଦେବୀଙ୍କ ବିଷୟରେ କମଲନାଥ ଯାହା କହିଛନ୍ତି ମୁଁ ତାହା ପୁନରାବୃତ୍ତି କରିପାରିବି ନାହିଁ। ଯଦି କେହି ସେମାନଙ୍କ ମା ଏବଂ ଭଉଣୀଙ୍କୁ ‘ଆଇଟମ୍’ କହିବେ, ତୁମେ ଏହାକୁ ସହିବ କି ବୋଲି ଶିବରାଜ ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଜେପି ମଧ୍ୟ ଏହାକୁ ପ୍ରସଙ୍ଗ କରି କଂଗ୍ରେସକୁ ଘେରିବାକୁ ଚେଷ୍ଟା କରିଛି।

କମଲନାଥଙ୍କ ଏହି ମନ୍ତବ୍ୟ ନେଇ କଂଗ୍ରେସ ନିରବ ରହିଛି। ହେଲେ ବିଜେପି ଏବଂ ବିଭିନ୍ନ ମହିଳା ସଂଗଠନ ଏହାକୁ ନେଇ ଆପତ୍ତି ଉଠାଇବା ପରେ ସୋମବାର ସଫେଇ ଦେଇଛନ୍ତି କମଲନାଥ।

“ଆଇଟମର ଅର୍ଥ ଅନେକ ରହିଛି। ଏହି ଶବ୍ଦର ଅର୍ଥକୁ ଭଲ ଭାବରେ ନବୁଝି ମିଛ ପ୍ରଚାର କରି ଶିବରାଜ ସିଂ ଚୌହ୍ୱାନ ନିଜ ଚେୟାରକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି।”

କମଲନାଥ ବିଜେପିର ୧୫ ବର୍ଷ କାର୍ଯ୍ୟକାଳକୁ ମନେ ପକାଇ କହିଛନ୍ତି ଯେ, ୧୫ ବର୍ଷ ଧରି ମଧ୍ୟପ୍ରଦେଶରେ ମହିଳାଙ୍କ ପ୍ରତି କ୍ରମାଗତ ନିର୍ଯାତନା ହାର ବଢ଼ିଛି, ମହିଳାଙ୍କ ପ୍ରତି ହେଉଥିବା ଅପରାଧରେ ରାଜ୍ୟ ଶୀର୍ଷରେ ରହିଛି ବୋଲି କମଲାଥ କହିଛନ୍ତି।

The post ମହିଳା ନେତ୍ରୀଙ୍କୁ ‘ଆଇଟମ୍’ କହି ବିବାଦରେ କମଲନାଥ, ଜବାବ ଦେଲେ ଶିବରାଜ appeared first on Odisha Reporter.



from Odisha Reporter https://ift.tt/2IOa27x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages