ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ଘଟଣା ଯୋଗୁଁ ଓଡ଼ିଶା ଓଜେଇଇରୁ ବଞ୍ଚିତ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରୀକ୍ଷା ହେବ। ଆସନ୍ତା ୨୨ ତାରିଖରେ ଏହି ପରୀକ୍ଷା ହେବ ବୋଲି ଗଜପତି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି। ଅକ୍ଟୋବର ୧୫ ତାରିଖରେ ଓଜେଇଇ ଅନୁଷ୍ଠିତ ହୋଇଥିଲା।
ପରୀକ୍ଷା ଦେବା ଲାଗି ଗଜପତି ଜିଲ୍ଲା ଚାନ୍ଦିପୁଟ, ରାମଗିରି ଓ ଚନ୍ଦ୍ରଗିରି ଅଞ୍ଚଳର ୪୫ ଜଣ ପରୀକ୍ଷାର୍ଥୀ ଗୋଟିଏ ବସରେ ଯାଉଥିବାବେଳେ ବସଟି ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ପାଖ ପାକୁଖୋଳା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଯେଉଁକାରଣରୁ ପରୀକ୍ଷା ଦେବାରୁ ବଂଚିତ ହୋଇଥିଲେ ଛାତ୍ରଛାତ୍ରୀ।
ତେବେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓଜେଇଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ଓଜେଇଇ ଅଧ୍ୟକ୍ଷ ଏହାକୁ ଗ୍ରହଣ କରି ୨୨ ତାରିଖରେ ପରୀକ୍ଷା କରିବାକୁ ଘୋଷଣା କରିଛନ୍ତି। ଏଣୁ ପରୀକ୍ଷାରୁ ବଞ୍ଚିତ ହୋଇଥିବା ସଂପୃକ୍ତ ଛାତ୍ରଛାତ୍ରୀ ଜିଲ୍ଲାର ନୋଡାଲ ଅଫିସରଙ୍କ ମୋବାଇଲ ନମ୍ବର ୮୭୬୩୬୮୭୮୪୮ରେ କଲ୍ କରି ପରୀକ୍ଷା ଦେବାକୁ ଜିଲ୍ଲାପାଳ କହିଛନ୍ତି।
The post ଓଜେଇଇ ପରୀକ୍ଷା ଦେବେ ଦୁର୍ଘଟଣାଗସ୍ତ ଛାତ୍ରଛାତ୍ରୀ appeared first on Odisha Reporter.
from Odisha Reporter https://ift.tt/3m1gVAG
No comments:
Post a Comment