ସିବିଆଇ ହାତରେ ହାଥରସ୍ ମାମଲା, ଏସସି/ଏସଟି ଧାରା ମଧ୍ୟ ଲାଗିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 11, 2020

ସିବିଆଇ ହାତରେ ହାଥରସ୍ ମାମଲା, ଏସସି/ଏସଟି ଧାରା ମଧ୍ୟ ଲାଗିଲା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରସ୍ ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯାଇଛି। ସିବିଆଇ ଏନେଇ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର, ଗଣଦୁଷ୍କର୍ମ ଏବଂ ଏସସି/ଏସଟି ଧାରାରେ ମାମଲା ରୁଜୁ କରିଛି। ଯୋଗୀ ସରକାରଙ୍କ ସୁପାରିଶ କ୍ରମେ ଶନିବାର ସିବିଆଇ ଡିଓପିଟିରୁ ତଦନ୍ତ କରିବାକୁ ସିବିଆଇକୁ ନୋଟିଫିକେସନ ମିଳିଥିଲା। ହାଥରସର ଚନ୍ଦପା ଥାନାରେ ରୁଜୁ ଏଫଆଇଆର୍ ଆଧାରରେ ସିବିଆଇ ମାମଲା ରୁଜୁ କରିଛି।

ଏଫଆଇଆରରେ ସନ୍ଦୀପଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ଅନ୍ୟ 3 ଅଭିଯୁକ୍ତ ରାମକୁମାର, ରବି ଏବଂ ଲବକୁଶଙ୍କ ନାଁ ପୀଡ଼ିତାଙ୍କ ବୟାନରୁ ସାମ୍ନାକୁ ଆସିଥିଲା। ସେପ୍ଟେମ୍ୱର 22ରେ ସେ ବୟାନ ଦେଇଥିଲେ। ପୀଡ଼ିତାଙ୍କ ବୟାନ ସିବିଆଇ ହାତକୁ ଆସିସାରିଛି। ସିବିଆଇର ଗାଜିଆବାଦ ୟୁନିଟ୍ ଏହି ମାମଲାର ତଦନ୍ତ କରୁଛି। ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ସୂତ୍ର ଅନୁଯାୟୀ, ଫରେନ୍ସିକ ଟିମ୍ ସହ ସିବିଆଇ ସୋମବାର ହାଥରସ୍ ଯାଇପାରନ୍ତି।

ହାଥରସ୍ ଗଣଦୁଷ୍କର୍ମ ମାମଲା ତଦନ୍ତ ଏସଆଇଟି କରୁଥିଲା। ଏନେଇ ଏସଆଇଟି ଗାଁର 40ଜଣଙ୍କୁ ପଚରାଉଚରା କରିବାକୁ ନୋଟିସ୍ କରିଥିଲା। ଏମାନଙ୍କ ମଧ୍ୟ ଅନେକଙ୍କୁ ଏସଆଇଟି ପଚରାଉଚରା କରିସାରିଛି।

ସୂଚନାଯୋଗ୍ୟ, ହାଥରସରେ 19 ବର୍ଷୀୟ ଯୁବତୀଙ୍କ ସହ ହୋଇଥିବା ଅମାନବୀୟ କାଣ୍ଡ ସାରା ଦେଶକୁ ବ୍ୟଥିତ କରିଛି। ଏନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଗତ ମଙ୍ଗଳବାର ୟୁପି ସରକାର ସତ୍ୟପାଠ ଦାଖଲ କରିଥିଲେ। ଏଥିରେ ମୁଖ୍ୟତଃ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସରକାର ଦାବି କରିଥିଲେ। ଏହାସହ ଅଧରାତ୍ରିରେ ତରବରିଆ ଭାବେ ପୀଡ଼ିତାଙ୍କ ଶବ ସଂସ୍କାର କରାଯିବା ନେଇ କୈଫିୟତ ମଧ୍ୟ ଦେଇଥିଲେ ଯୋଗୀ ସରକାର।

The post ସିବିଆଇ ହାତରେ ହାଥରସ୍ ମାମଲା, ଏସସି/ଏସଟି ଧାରା ମଧ୍ୟ ଲାଗିଲା appeared first on Odisha Reporter.



from Odisha Reporter https://ift.tt/33PHQJs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages