ଟ୍ୱିନ ସିଟିରେ ପ୍ରବଳ ବର୍ଷିବ; ରାସ୍ତା ଅଳ୍ପ ଦୃଶ୍ୟମାନ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 13, 2020

ଟ୍ୱିନ ସିଟିରେ ପ୍ରବଳ ବର୍ଷିବ; ରାସ୍ତା ଅଳ୍ପ ଦୃଶ୍ୟମାନ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଓ ଭୁବନେଶ୍ୱରରେ ଆଜି ମଧ୍ୟାହ୍ନ ୧୨ଟା ୩୦ ଯାଏଁ ପ୍ରବଳ ବର୍ଷା ହେବ। ଘଣ୍ଟା ପ୍ରତି ୨/୩ ସେମି ପର୍ଯ୍ୟନ୍ତ ବର୍ଷିବ। ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପ୍ରବଳ ବର୍ଷା ଯୋଗୁ ଏହି ସମୟରେ ରାସ୍ତା ଅଳ୍ପ ଦୃଶ୍ୟମାନ ହେବ। ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜିପାରେ। ଯେତେ ଦୂର ସମ୍ଭବ ଘରୁ ନ ବାହାରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶରର କାକିନାଡ଼ା ଅତିକ୍ରମ କଲା ତୀବ୍ର ଅବପାତ।  ଆଜି ସକାଳ ୬ଟା ୩୦ରୁ ସକାଳ ୭ ଟା ୩୦ ମଧ୍ୟରେ ତୀବ୍ର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି । ଏହି ସମୟରେ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିଥିଲା । ବେଳେ ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ରହିଥିଲା । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ଦ୍ୱିପ୍ରହର ସୁଦ୍ଧା ଗଭୀର ଅବପାତର ପ୍ରଭାବ କମିଯିବ । ଫଳରେ ଏହାର  ବିଶେଷ ପ୍ରଭାବ ରହିବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

The post ଟ୍ୱିନ ସିଟିରେ ପ୍ରବଳ ବର୍ଷିବ; ରାସ୍ତା ଅଳ୍ପ ଦୃଶ୍ୟମାନ ହେବ appeared first on Odisha Reporter.



from Odisha Reporter https://ift.tt/34VF2dd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages