ଶାରଜା: ଆଇପିଏଲରେ ଗର୍ଜିଛି ମିଷ୍ଟର୍ ୩୬୦ କୁହାଯାଉଥିବା ଏବି ଡି’ଭିଲିୟର୍ସଙ୍କ ବ୍ୟାଟ୍। ସୋମବାର ୨୮ତମ ମ୍ୟାଚରେ ଡି’ଭିଲିୟର୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ୮୨ ରନରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇଛି। ଶାରଜାରେ ଖେଳାଯାଇଥିବା ଏହି ମ୍ୟାଚରେ ଡି’ଭିଲିୟର୍ସ ଛକା ବର୍ଷା କରିଥିଲେ। ତାଙ୍କର ଏହି ଛକା ବର୍ଷା କାରଣରୁ କିଛି ସମୟ ପାଇଁ ରାସ୍ତାରେ ଟ୍ରାଫିକ୍ ରୋକିବାକୁ ପଡ଼ିଥିଲା।
Here is the second six of AB de Villiers landing on the Sharjah road. Previous one hit two cars 😀 #ipl2020 #KKRvRCB pic.twitter.com/pBWSJTnj08
— Paul Watson 🇿🇦🌍🇮🇪🇿🇼💕🏏 (@watsonmpaul) October 12, 2020
ଡି’ଭିଲିୟର୍ସ ମାତ୍ର ୩୩ ବଲରେ ୭୩ ରନର ଇନିଂସ୍ ଖେଳିଛନ୍ତି। ଏହି ବିସ୍ଫୋରକ ଇନିଂସ୍ ମଧ୍ୟରେ ସେ ୫ ଚୌକା ଓ ୬ ଛକା ମାରିଛନ୍ତି। ତାଙ୍କ ଦ୍ବାରା ମରାଯାଇଥିକା କିଛି ଛକା ଷ୍ଟାଡିୟମ ବାହାରକୁ ମଧ୍ୟ ଯାଇଥିଲା। ତେବେ ଡି’ଭିଲିୟର୍ସ ବ୍ୟାଟିଂ କରୁଥିବା ବେଳେ ଦୁଇଥର ବଲ୍ ଷ୍ଟାଡିୟମ ବାହାରକୁ ଗୋଟିଏ ଦିଗରେ ଯାଇଥିଲା।
#ABDevilliers hits six on moving car 👌👌 #IPL2020 #RCBvsKKR pic.twitter.com/6xY2SSdY4W
— Ashish Rajendra kumar (@Ashish_ark_31) October 12, 2020
ସେ କମଲେଶ ନାଗରକୋଟିଙ୍କ ବଲରେ ଲଙ୍ଗ୍-ଅନ୍ ଉପରେ ଦୁଇଟି ଛକା ମାରିଥିଲେ ଏବଂ ଦୁଇଥର ଯାକ ବଲ୍ ଶାରଜାର ବ୍ୟସ୍ତବହୁଳ ସଡ଼କରେ ଚାଲୁଥିବା କାର୍ ଉପରେ ପଡ଼ିଥିଲା। ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ କାରଣରୁ ଶାରଜାର ଟ୍ରାଫିକ୍ ମଧ୍ୟ କିଛି ସମୟ ପାଇଁ ଧିମା ପଡ଼ିଯାଇଥିଲା। ଏପରିକି ଗୋଟିଏ ପଟେ ଟ୍ରାଫିକ୍ ମଧ୍ୟ ବନ୍ଦ ହୋଇଯାଇଥିଲା।
The post ଡି’ଭିଲିୟର୍ସଙ୍କ ଛକା ପାଇଁ ଅଟକିଗଲା ଟ୍ରାଫିକ୍ appeared first on Odisha Reporter.
from Odisha Reporter https://ift.tt/3dtOrwn
No comments:
Post a Comment