ପରଲୋକରେ ‘ଇନ୍ଦୁ ଦାଦୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 18, 2020

ପରଲୋକରେ ‘ଇନ୍ଦୁ ଦାଦୀ’

ମୁମ୍ୱାଇ : ଲୋକପ୍ରିୟ ଟିଭି ସିରିଏଲ୍‌ ‘କୁମ୍‌କୁମ୍‌ ଭାଗ୍ୟ’ର ବରିଷ୍ଠ ଅଭିନେତ୍ରୀ ‘ଇନ୍ଦୁ ଦାଦୀ’ ଓରଫ୍‌ ଜରିନା ରୋଶନ ଖାନଙ୍କର ମୃତ୍ୟୁ ହୋଇଛି। ଅଚାନକ ହୃଦ୍‌ଘାତ ଜରିନାଙ୍କର ମୃତ୍ୟୁର କାରଣ ବୋଲି ଜଣାପଡ଼ିଛି। ୫୪ ବର୍ଷୀୟ ଜରିନାଙ୍କ ମୃତ୍ୟୁ ‘କୁମ୍‌କୁମ୍‌ ଭାଗ୍ୟ’ ସିରିଏଲ୍‌ ପାଇଁ ଏକ ବଡ଼ କ୍ଷତି। ଏହି ସିରିଏଲରେ ସେ ଜେଜେମା’ ଭୂମିକାରେ ଅଭିନୟ କରିଥିଲେ। ଏହି ଖବର ଶୁଣିବା ପରେ ସମସ୍ତ କୋ-ଷ୍ଟାର୍‌ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ଜରିନାଙ୍କ ସହିତ କାଟିଥିବା ସମସ୍ତ ସମୟକୁ ମନେପକାଇ ସେଲେବ୍ରିଟି ସୋଶାଲ ମିଡିଆରେ ଫଟୋ ଓ ଲେଖା ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି।

ସିରିଏଲ୍‌ର ମୁଖ୍ୟ ଅଭିନେତ୍ରୀ ଶ୍ରୁତି ଝା ଓ ଅଭିନେତା ଶବିର୍ ଅହଲୁୱାଲିଆ ଜରିନାଙ୍କ ସହିତ ଉଠାଇଥିବା ଫଟୋ ଶେଆର୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ଏହିସବୁ ଫଟୋ ଦେଖିଲେ ଜଣାପଡ଼ୁଛି ଜରିନାଙ୍କ ସହିତ କୋ-ଷ୍ଟାରଙ୍କ ସମ୍ପର୍କ ଅତି ନିବିଡ଼ ଥିଲା।

View this post on Instagram

💔…

A post shared by Sriti Jha (@itisriti) on

ଜରିନାଙ୍କ ମୃତ୍ୟୁ ପରେ ଅଭିନେତା ଅନୁରାଗ ଶର୍ମା ତାଙ୍କୁ ମନେ ପକାଇ କହିଛନ୍ତି, ‘ସେ ଜଣେ ହସଖୁସିଆ ମହିଳା ଥିଲେ। ସବୁବେଳେ ସକ୍ରିୟ ରହିବାକୁ ପସନ୍ଦ କରୁଥିଲେ। ମୋତେ ଲାଗୁଛି ସେ ତାଙ୍କର କ୍ୟାରିଅର୍‌ ଆରମ୍ଭ ଏକ ଷ୍ଟଣ୍ଟ ୱୋମାନ୍‌ ଭାବରେ କରିଥିଲେ। ପ୍ରକୃତ ଜୀବନରେ ସେ ଜଣେ ଫାଇଟର୍‌ ମଧ୍ୟ ଥିଲେ। ଗତମାସରେ ଆମେ ଦୁହେଁ ଏକା ସଙ୍ଗରେ ଶୁଟ୍‌ କରିଥିଲୁ। ସେତେବେଳେ ସେ ବିଲକୁଲ୍‌ ଠିକ୍‌ ଥିଲେ। କିନ୍ତୁ ଅଚାନକ ଗ୍ରୁପ୍‌ରେ ତାଙ୍କ ମୃତ୍ୟୁ ଖବର ଦେଖିବା ପରେ ବିଶ୍ୱାସ କରିହେଉନି।’

View this post on Instagram

Ye chand sa Roshan Chehera 💔

A post shared by Shabir Ahluwalia (@shabirahluwalia) on

ସୂଚନାଯୋଗ୍ୟ, ଜରିନା ‘କୁମ୍‌କୁମ୍‌ ଭାଗ୍ୟ’ ବୀତୀତ ସିରିଏଲ୍‌ ‘ୟୈ ରିସ୍ତା କ୍ୟା କେହଲାତା’ରେ ମଧ୍ୟ କାମ କରିଛନ୍ତି। କୁମ୍‌କୁମ୍‌ ଭାଗ୍ୟରେ ‘ଇନ୍ଦୁ ଦାଦୀ’ ଭାବରେ ସେ ଘରେ ଘରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଟିଭି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

The post ପରଲୋକରେ ‘ଇନ୍ଦୁ ଦାଦୀ’ appeared first on Odisha Reporter.



from Odisha Reporter https://ift.tt/35b4Lyn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages