ନୂଆଦିଲ୍ଲୀ: ଦୀର୍ଘ ଦିନର ନାଁ ନାଁ ପରେ ଶେଷରେ ମାନିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ। ଦେଶରେ କରୋନା ସଂକ୍ରମଣ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଗୋଷ୍ଠୀ ସଂକ୍ରମଣରେ ପହଞ୍ଚିଥିବା ନେଇ ବିଭିନ୍ନ ସଂସ୍ଥାର ରିପୋର୍ଟକୁ ଦୀର୍ଘ ଦିନ ହେବ ଏଡ଼ାଇ ଯାଉଥିବା କେନ୍ଦ୍ର ମନ୍ତ୍ରୀ ଶେଷରେ ଏହାକୁ ସ୍ୱୀକାର କରିଛନ୍ତି ।
ଏହା ସମ୍ପୂର୍ଣ୍ଣ ଦେଶରେ ନୁହେଁ, ବରଂ କିଛି ରାଜ୍ୟର ଅଳ୍ପ କେତେକ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସେ ମାନିଛନ୍ତି। ପଶ୍ଚିମବଙ୍ଗରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ପ୍ରତିକ୍ରିୟା ରଖିଛନ୍ତି। ଗତ ରବିବାର ଏକ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି ବିଶେଷ ଭାବେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହୁଛି । ତେବେ ସାରା ଦେଶରେ ଏପରି ସ୍ଥିତି ଉପୁଜି ନାହିଁ। ଏହାବ୍ୟତୀତ କେରଳରେ କରୋନ ସଂକ୍ରମଣର ଗତି ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଏଥନିମନ୍ତେ ହର୍ଷବର୍ଦ୍ଧନ ରାଜ୍ୟବାସୀଙ୍କ ଖାମଖିଆଲ ମନୋଭାବ, ତଥା କରୋନାକୁ ହେୟଜ୍ଞାନକୁ ଦାୟୀ କରିଛନ୍ତି। ଓନାମ ପର୍ବ ସମଗ୍ର ରାଜ୍ୟରେ ଧୁମଧାମରେ ପାଳିତ ହୋଇଥିବା ବେଳେ ସେ ସମୟରେ ରାଜ୍ୟବାସୀ କରୋନା ଗାଇଡଲାଇନ୍ର ଖୁଲମଖୁଲା ଉଲ୍ଲଘଂନ କରିଥିଲେ। ଯାହାର ମୂଲ୍ୟ ଏବେ ସମଗ୍ର ରାଜ୍ୟବାସୀ ଦେଉଥିବା ସେ ଚେତାଇ ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନା ଗାଇଡଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିବାରୁ ଜାନୁଆରୀ ୩୦ରୁ ମେ’ ୩ ମଧ୍ୟରେ କେରଳରେ କେବଳ ୪୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ତାହା ପରେ କେରଳର ବିଭିନ୍ନ ସ୍ଥାନକୁ ରାଜ୍ୟବାସୀ ଅନାୟସରେ ଯାତାୟତ କରୁଥିବା ବେଳେ ଦେଶ ବାହାରୁ ମଧ୍ୟ ବହୁ ଲୋକ ରାଜ୍ୟକୁ ଫେରିଥିଲେ। ତେଣୁ କରୋନା ଗ୍ରାଫ୍ ରାଜ୍ୟରେ ହୁ ହୋଇ ବଢ଼ିଚାଲିଛି। ତେଣୁ କରୋନା ଗାଇଡଲାଇନ୍କୁ କଡ଼ାକଡ଼ି ପାଳନ କରିବା ନିମନ୍ତେ ସ୍ୱାସ୍ଥ୍ୟମନ୍ତ୍ରୀ ଦେଶବାସୀଙ୍କୁ ଅବଗତ କରାଇଛନ୍ତି।
The post ‘ଦେଶରେ କରୋନା ଏବେ ଗୋଷ୍ଠୀ ସଂକ୍ରମଣରେ ପହଞ୍ଚିଲାଣି’ appeared first on Odisha Reporter.
from Odisha Reporter https://ift.tt/3lYLzdV
No comments:
Post a Comment