ଧୱନ୍ ଧମାକା, ଶେଷ ଓଭରରେ ୩ ଛକା ସହ ମ୍ୟାଚ୍ ଛଡ଼ାଇ ନେଲେ ଅକ୍ଷର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 17, 2020

ଧୱନ୍ ଧମାକା, ଶେଷ ଓଭରରେ ୩ ଛକା ସହ ମ୍ୟାଚ୍ ଛଡ଼ାଇ ନେଲେ ଅକ୍ଷର

ଶାରଜା: ହାରିଯିବା ମ୍ୟାଚକୁ କିପରି ବିଜୟରେ ପରିଣତ କରାଯିବ, ତାହା ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲରେ ପୁଣିଥରେ ପ୍ରମାଣିତ କରିଛି। ଶନିବାର ଆଇପିଏଲର ହାଇଭୋଲଟେଜ୍ ମ୍ୟାଚରେ ଶିଖର୍ ଧୱନ(୧୦୧*)ଙ୍କ ପ୍ରଥମ ଶତକ ଓ ଶେଷ ଓଭରରେ ଅକ୍ଷର ପଟେଲ (୫ ବଲ୍, ୨୧ ରନ୍)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ ତିନିଥରର ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି।

ଶେଷ ଓଭରରେ ଦିଲ୍ଲୀକୁ ବିଜୟ ପାଇଁ ୧୭ ରନ୍ ଆବଶ୍ୟକ ଥିଲା ଏବଂ ଅକ୍ଷର ରବୀନ୍ଦ୍ର ଜାଡେଜାଙ୍କୁ ୩ଟି ଛକା ମାରି ଗୋଟିଏ ବଲ୍ ବାକି ଥାଇ ବିଜୟୀ କରାଇଛନ୍ତି। ଶେଷ ଓଭରର ପ୍ରଥମ ବଲ୍ ୱାଇଡ୍ ଥିବା ବେଳେ ୨ୟ ବଲରେ ଧୱନ୍ ସିଙ୍ଗଲ୍ ନେଇଥିଲେ। ଏହା ପରେ ଅକ୍ଷର ପରବର୍ତ୍ତୀ ଦୁଇଟି ବଲରେ ଛକା ମାରି ବାଜି ପଲଟାଇ ଦେଇଥିଲେ। ଚତୁର୍ଥ ବଲରେ ୨ ରନ୍ ଏବଂ ପଞ୍ଚମ ବଲରେ ଛକା ମାରି ଅକ୍ଷର ଦିଲ୍ଲୀକୁ ଜବରଦସ୍ତ ଅନ୍ଦାଜରେ ବିଜୟ ଦେଇଥିଲେ। ଏହି ବିଜୟ ସହ ଦିଲ୍ଲୀ ପୁଣିଥରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ହଟାଇ ଶୀର୍ଷ ସ୍ଥାନକୁ ଉଠିଛି।

୧୮୦ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀ ଗୋଟିଏ ପଟେ ଲଗାତର ୱିକେଟ୍ ହରାଇ ଚାଲିଥିବା ବେଳେ ଅନ୍ୟପଟେ ଧୱନଙ୍କ ବ୍ୟାଟ୍ ଗର୍ଜିଥିଲା। ଧୱନ୍ ୫୭ ବଲରେ ୧୪ ଚୌକା ଓ ୧ ଛକା ସହାୟତାରେ ନିଜ ଆଇପିଏଲ୍ କ୍ୟାରିୟରର ପ୍ରଥମ ଶତକ ମାରିଥିଲେ। ଓପ୍ନର ପୃଥ୍ୱୀ ଶ’ (୦) ପୁଣିଥରେ ଖାତା ଖୋଲିବାରେ ବିଫଳ ହୋଇଥିବା ବେଳେ ଆଜିଙ୍କ୍ୟ ରାହାଣେ (୮) ମଧ୍ୟ ନିରାଶ କରିଥିଲେ। ତେବେ ଧୱନ୍ କ୍ୟାପଟେନ୍ ଶ୍ରେୟସ୍ ଆୟର୍ (୨୩)ଙ୍କ ତୃତୀୟ ୱିକେଟ୍ ପାଇଁ ୬୮ ଓ ମାର୍କସ୍ ଷ୍ଟୋଇନିସ୍ (୨୪)ଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ୪୩ ରନର ପାର୍ଟନରଶିପ୍ କରିଥିଲେ। ଚେନ୍ନାଇ ପକ୍ଷରୁ ଦୀପକ ଚହର୍ ୨ଟି ୱିକେଟ୍ ନେଇଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଫାଫ୍ ଡୁପ୍ଲେସିସଙ୍କ ଅର୍ଦ୍ଧଶତକ ଏବଂ ଅମ୍ବାତି ରାୟୁଡୁ ଓ ଜାଡେଜାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା। ଓପ୍ନର ସାମ୍ କରନ୍ ଖାତା ଖୋଲିପାରିନଥିଲେ। ତେବେ ଡୁପ୍ଲେସିସ୍ ଓ ୱାଟସନ୍ ୨ୟ ୱିକେଟ୍ ପାଇଁ ୮୭ ରନର ଭାଗିଦାରୀ କରି ଟିମକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ୱାଟସନ୍ ୩୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ଡୁପ୍ଲେସିସ୍ ୫୮ (୪୭ ବଲ୍, ୬ ଚୌକା, ୨ ଛକା) ରନ୍ କରି ଆଉଟ୍ ହୋଇଥିଲେ।

ମହେନ୍ଦ୍ର ସିଂ ଧୋନି (୩)ଙ୍କ ବ୍ୟାଟ୍ ପୁଣି ଚୁପ୍ ରହିଥିବା ବେଳେ ରାୟୁଡୁ ଓ ଜାଡେଜା କମାଲ୍ କରିଥିଲେ। ରାୟୁଡୁ ୨୫ ବଲରେ ୧ ଚୌକା ଓ ୪ ଛକା ସହ ୪୫ ଓ ଜାଡେଜା ମାତ୍ର ୧୩ ବଲରେ ୪ ଛକା ସହ ୩୩ ରନ୍ କରି ଅପରାଜିତ ଥିଲା। ଦିଲ୍ଲୀ ପକ୍ଷରୁ ଆନରିଚ୍ ନର୍ଜେ ୨ଟି ସଫଳତା ପାଇଥିଲେ।

The post ଧୱନ୍ ଧମାକା, ଶେଷ ଓଭରରେ ୩ ଛକା ସହ ମ୍ୟାଚ୍ ଛଡ଼ାଇ ନେଲେ ଅକ୍ଷର appeared first on Odisha Reporter.



from Odisha Reporter https://ift.tt/3dzHWbv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages