ଗଞ୍ଜାମରେ ହେବ କି ପ୍ରବଳ ବର୍ଷା? ପ୍ରାକ୍‌ ପ୍ରସ୍ତୁତି କଲା ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 17, 2020

ଗଞ୍ଜାମରେ ହେବ କି ପ୍ରବଳ ବର୍ଷା? ପ୍ରାକ୍‌ ପ୍ରସ୍ତୁତି କଲା ପ୍ରଶାସନ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର):  ଆସନ୍ତାକାଲିି ଠାରୁ ଦୁଇ ଦିନ ଧରି  ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର  ସମ୍ଭାବନା ରହିଛି।  ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ବୈଠକ ହୋଇଛି।  ଲଘୁଚାପ ବର୍ଷା ଯୋଗୁଁ ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି । ଏଥିପାଇଁ ଜିଲ୍ଲାର ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ଚଳିତମାସ ଶେଷ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜ ନିଜ ହେଡକ୍ୱାର୍ଟର୍ସରେ ରହିବେ। ଆସ୍କା, ପାତ୍ରପୁର, ସୋରଡା, ପୁରୁଷୋତ୍ତମପୁର, ଛତ୍ରପୁର ଓ ବ୍ରହ୍ମପୁର ଅଂଚଳର ଖାଲ ସ୍ଥାନଗୁଡିକରେ ବନ୍ୟା ସୃଷ୍ଟି ହେବାର ଅଧିକ ଆଶଙ୍କା ରହିଛି।  ଏଥିଯୋଗୁ ଖାଲୁଆ ଅଂଚଳ, କଚ୍ଚାଘର , ପୁରାତନ କୋଠାଘର ଓ ବିପଦ ସଙ୍କୁଳ ଅବସ୍ଥାରେ ଘରେ ରହୁଥିବା ପରିବାର ଲୋକଙ୍କୁ ସ୍ଥାନାନ୍ତର କରାଯିବ।  ଯେଉଁ ଅଂଚଳରେ ରାସ୍ତା ଧୋଇଯିବା ଅବସ୍ଥାରେ ଅଛି, କିମ୍ବା ପାହାଡ ଧସିବାର ଆଶଙ୍କା ରହିଛି ସେହି ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 

The post ଗଞ୍ଜାମରେ ହେବ କି ପ୍ରବଳ ବର୍ଷା? ପ୍ରାକ୍‌ ପ୍ରସ୍ତୁତି କଲା ପ୍ରଶାସନ appeared first on Odisha Reporter.



from Odisha Reporter https://ift.tt/2FDREwZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages