ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ସବୁ ପଞ୍ଚାୟତରେ ମିଳିବ ଇଣ୍ଟରନେଟ୍ ସୁବିଧା । ସମସ୍ତ ଗ୍ରାମ ପଞ୍ଚାୟତକୁ ଉଚ୍ଚ କ୍ଷମତା ସଂପନ୍ନ ଇଣ୍ଟରନେଟ୍ ସଂଯୋଗ କରିବା ପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି।
ଆସନ୍ତା ଏପ୍ରିଲ ମାସ ସୁଦ୍ଧା ସମସ୍ତ ପଞ୍ଚାୟତକୁ ଇଣ୍ଟରନେଟ୍ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟାନ୍ୱୟନ କମିଟି ବୈଠକରେ ଏହା ସ୍ଥିର ହୋଇଛି । ଏଥିସହ ପ୍ରତି ପଞ୍ଚାୟତର ମୁଖ୍ୟ କାରବାର କେନ୍ଦ୍ରରେ ଓ୍ୱାଇଫାଇ ସଂଯୋଗ ଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ପଞ୍ଚାୟତ ସ୍ତରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ମେଡିକାଲ ଆଦି ଏହି ଇଣ୍ଟରନେଟ୍ ସୁବିଧା ପାଇପାରିବେ । ଫଳରେ ଡିଜିଟାଲ ଭିତ୍ତିଭୂମି ରାଜ୍ୟର ବିକାଶର ଏକ ପ୍ରମୁଖ ଚାଳକ ହେବ ।
ବର୍ତ୍ତମାନ ସୁଦ୍ଧା ୪ ହଜାର ୬୫୧ ପଞ୍ଚାୟତ ଏବଂ ୨୩୦ ବ୍ଲକ୍କୁ ଇଣ୍ଟରନେଟ୍ ସଂଯୋଗ ଦିଆସରିଛି। ଅବଶିଷ୍ଟ ପଞ୍ଚାୟତ ଓ ବ୍ଲକ୍କୁ ପର୍ଯ୍ୟାୟକ୍ରମେ ସଂଯୋଜିତ କରାଯିବ ବୋଲି ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ କହିଛନ୍ତି ।
The post ଏପ୍ରିଲ ସୁଦ୍ଧା ରାଜ୍ୟର ସବୁ ପଞ୍ଚାୟତକୁ ମିଳିବ ଇଣ୍ଟରନେଟ ସୁବିଧା appeared first on Odisha Reporter.
from Odisha Reporter https://ift.tt/3iypBfD
No comments:
Post a Comment