ଟୋକିଓ: ଚୀନର ପ୍ରଭାବକୁ ରୋକିବା ପାଇଁ ଫ୍ରି ଆଣ୍ଡ ଓପେନ ଇଣ୍ଡୋ ପାସିଫିକ ଗଠନ ପାଇଁ ଦାବି ହୋଇଛନ୍ତି ଚାରି ଦେଶ। ଆମେରିକା, ଜାପାନ, ଭାରତ ଏବଂ ଅଷ୍ଟ୍ରେଲିଆ ଏଥିପାଇଁ ଫ୍ରୀ ଆଣ୍ଡ ଓପେନ ଇଣ୍ଡୋ ପାସିଫିକ୍ ଗଠନ ପାଇଁ ରାଜି ହୋଇଛନ୍ତି। ଜାପାନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ୟୋଶିଦେ ସୁଗା ଗତ ମାସରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ବୈଠକ ଥିଲା। ଏହି ବୈଠକରେ ଇଣ୍ଡୋ ପେସିଫିକ ଅଞ୍ଚଳକୁ ଦୃଢ ଓ ମଜବୁତ କରିବା ଉଦ୍ଦେଶ୍ୟ। ମଙ୍ଗଳବାର ଟୋକିଓରେ ଏହି ବୈଠକ ଆୟୋଜିତ ହୋଇଛି।
ଚୀନ୍ର ବଢ଼ୁଥିବା ଶକ୍ତିକୁ କାଉଣ୍ଟର କରିବା ପାଇଁ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ମଙ୍ଗଳବାର ଇଣ୍ଡୋ-ପାସିଫିକ୍ ସୃଷ୍ଟି କରି ସମନ୍ୱୟ ରକ୍ଷା କରିବା ନେଇ ସହମତି ପ୍ରକାଶ କରିଛନ୍ତି।
ଜାପାନ ପ୍ରଧାନମନ୍ତ୍ରୀ ୟୋଶିଦେ ସୁଗା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମାରିସ ପେନେ ଏହି ବୈଠକରେ ଯୋଗ ଦେଇଥିଲେ।
ଏହି ଚାରୋଟି ପ୍ରମୁଖ ଇଣ୍ଡୋ-ପାସିଫିକ୍ ଗଣତାନ୍ତ୍ରିକ ଦେଶ ସାମୂହିକ ଭାବରେ କ୍ୱାଡ୍ (QUAD) ଭାବରେ ଜଣାଶୁଣା। ଏହି ଅଞ୍ଚଳର ଶାନ୍ତି ଏବଂ ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ସମନ୍ୱୟ ରକ୍ଷା କରିବାକୁ ଶପଥ ନେଇଛି ବୋଲି ଜାପାନ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।
ଜାପାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଅନ୍ତର୍ଜାତୀୟ ସମୁଦାୟ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ବର୍ତ୍ତମାନ ସମୟରେ ସମାନ ଦୃଷ୍ଟିଭଙ୍ଗୀ ରଖୁଥିବା ଦେଶ ସହ ସମ୍ପର୍କକୁ ଆହୁରି ଗଭୀର କରିବାକୁ ହେବ।
ବୈଦେଶିକ ମନ୍ତ୍ରୀ ଜୟଶଙ୍କର ତାଙ୍କ ଉଦବୋଧନରେ କହିଛନ୍ତି ଯେ ଆମେ ଚାରି ଗଣତାନ୍ତ୍ରିକ ଦେଶ ନିଜର ମୂଲ୍ୟବୋଧକୁ ଗୁରୁତ୍ୱ ଦେଉ। ଇଣ୍ଡୋ-ପାସିଫିକକୁ ସୁଦୃଢ଼ କରିବା ପାଇଁ ଆମେ ଏକତ୍ରିତ ହୋଇ ରହିବୁ।
ବଢ଼ୁଥିବା ବିଶ୍ୱସ୍ତରୀୟ ଆହ୍ୱାନ ଓ ଚାଇନାର ବିସ୍ତାରବାଦୀ ଆଚରଣ ଉପରେ ସେ କହିଛନ୍ତି, ଆଇନର ନିୟମ, ସ୍ୱଚ୍ଛତା, ଅନ୍ତର୍ଜାତୀୟ ସମୁଦ୍ରରେ ନାଭିଗେସନ୍ ସ୍ୱାଧୀନତା, ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୈମତ୍ୱ ତଥା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆମେ ଅନ୍ତର୍ଜାତୀୟ ଶୃଙ୍ଖଳା ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ।
ଦକ୍ଷିଣ ଏବଂ ପୂର୍ବ ଚୀନ୍ ସାଗରରେ ଚୀନ୍ ନିଜର ବିସ୍ତାରବଦୀ ପ୍ରଭାବ ଏଠାରେ ବଢାଇ ଚାଲିଛି। ଗତ କିଛି ବର୍ଷ ମଧ୍ୟରେ ବେଜିଂ ଏଠାରେ ମନୁଷ୍ୟକୃତ ଦ୍ୱୀପପୁଞ୍ଜ କରି ସାମରିକ ଶକ୍ତି ବଢ଼ାଇ ଚାଲିଛି।
ସମସ୍ତ ଦକ୍ଷିଣ ଚୀନ୍ ସାଗର ଉପରେ ବେଜିଂ ସାର୍ବଭୈମତ୍ୱ ଦାବି କରୁଛି। କିନ୍ତୁ ଭିଏତନାମ, ମାଲେସିଆ, ଫିଲିପାଇନ୍ସ, ବ୍ରୁନେଇ ଏବଂ ତାଇୱାନ ଏହାକୁ ପ୍ରତିବାଦ କରୁଛନ୍ତି। ସେହିପରି ପୂର୍ବ ଚୀନ୍ ସାଗରରେ ଜାପାନ ସହିତ ଚୀନ୍ର ଆଞ୍ଚଳିକ ବିବାଦ ଜାରି ରହିଛି।
ଦକ୍ଷିଣ ଚୀନ୍ ସାଗର ଏବଂ ପୂର୍ବ ଚୀନ୍ ସାଗରରେ ଖଣିଜ ପଦାର୍ଥ, ତୈଳ ଏବଂ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ଭରପୁର ବୋଲି କୁହାଯାଇଛି। ବିଶ୍ୱ ବାଣିଜ୍ୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ। ଯଦିଓ ଏହି ଅଞ୍ଚଳକୁ ଆମେରିକା କେବେ ନିଜର ବୋଲି କହି ନାହିଁ। ହେଲେ ଚୀନ୍ର ସାମରିକ ଶକ୍ତିକୁ ଦେଖି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ନାଭିଗେସନ୍ ଏବଂ ଓଭରଫ୍ଲାଇଟ୍ ପାଟ୍ରୋଲିଂର ସ୍ୱାଧୀନତା ପାଇଁ ଯୁଦ୍ଧ ଜାହାଜ ଏବଂ ଯୁଦ୍ଧ ବିମାନ ନିୟୋଜିତ କରିଛି।
The post ଚାଇନାକୁ କାଉଣ୍ଟର ପାଇଁ ଏକ ହେଲେ ଭାରତ, ଆମେରିକା ସମେତ ଚାରି ଦେଶ appeared first on Odisha Reporter.
from Odisha Reporter https://ift.tt/3nrQN3i
No comments:
Post a Comment