ଦେଶର ତୃତୀୟ ପ୍ରଦୂଷିତ ସହର ଲକ୍ଷ୍ନୌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 21, 2020

ଦେଶର ତୃତୀୟ ପ୍ରଦୂଷିତ ସହର ଲକ୍ଷ୍ନୌ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବଢ଼ିଯାଇଛି। ଏବେ ଲକ୍ଷ୍ମୌରେ ବାୟମୁଣ୍ଡଳରେ ବାୟୁର ଗୁଣବତ୍ତା ସୂଚକାଙ୍କ ୩୦୦ ଅତିକ୍ରମ କରିଛି। ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପ୍ରଦୂଷଣ ବୋର୍ଡ ସାତୋଟି ସହରର ବାୟୁମଣ୍ଡଳର ସର୍ଭେ କରି ଗୁଣବତ୍ତା ପ୍ରକାଶ କରିଛି। ଯେଉଁଥିରେ ଲକ୍ଷ୍ମୌରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୨୮ ରହିଛି। ଯାହାକି ସର୍ବାଧିକ ପ୍ରଦୂଷଣ ଶ୍ରେଣୀରେ ରହିଛି।

ଦେଶରେ ସାତୋଟି ସହରର ବାୟୁମଣ୍ଡଳ ସୂଚକାଙ୍କ ୩୦୦ ଉପରେ ରହିଥିବା ଜଣାପଡ଼ିଛି। ଏହି ସାତୋଟି ମଧ୍ୟରୁ ୟୁପିର ତିନୋଟି ରହିଛି। ଲକ୍ଷ୍ନୌ ବ୍ୟତୀତ ମେରୁଟ୍ ଏବଂ ବାଘପତ ସହର ରହିଛି।

ପରିବେଶବିତ କହିଛନ୍ତି, ୟୁପିରେ ୯୬ଟି ଫ୍ଲାଏ ଓଭର ବ୍ରିଜ ଏବେ ନିର୍ମାଣଧୀନ ରହିଛି। ଗାଡ଼ି ଚଳାଚଳ ସହିତ ମେସିନ ଆଦି ନିର୍ମାଣ କାମରେ ବ୍ୟବହୃତ ହେଉଥିବାରୁ ପ୍ରଦୂଷଣ ମାତ୍ରା ବଢ଼ିଛି। ଅନ୍ୟପଟେ ଏବେ ପାର୍ବଣ ସମୟ ସହିତ ପାଣିପାଗ ପାଇଁ ପ୍ରଦୂଷଣର ମାତ୍ରା ବଢ଼ିଛି ବୋଲି ଜଣାପଡ଼ିଛି।

ତାପମାତ୍ରା କମିବା ପରେ ବାୟୁମଣ୍ଡଳରେ ଥିବା ଧୂଳିକଣା ତଳକୁ ଖସି ପଡ଼ିବ ବୋଲି କୁହାଯାଇଛି। ଏହାପରେ ପ୍ରଦୂଷଣ ମାତ୍ରା କମିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଆଗକୁ ଶୀତ ଋତୁ ଆସୁଛି। ଏହି ସମୟରେ ପ୍ରଦୂଷଣ ମାତ୍ରା ଆହୁରି ଖରାପ ହେବ ବୋଲି କୁହାଯାଉଛି।

The post ଦେଶର ତୃତୀୟ ପ୍ରଦୂଷିତ ସହର ଲକ୍ଷ୍ନୌ appeared first on Odisha Reporter.



from Odisha Reporter https://ift.tt/3klk8uu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages