ଲୋଭନୀୟ ଅଫର୍! ବିସ୍କୁଟର ଟେଷ୍ଟ କହି ବର୍ଷକୁ ୪୦ ଲକ୍ଷ ଟଙ୍କା ନିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 21, 2020

ଲୋଭନୀୟ ଅଫର୍! ବିସ୍କୁଟର ଟେଷ୍ଟ କହି ବର୍ଷକୁ ୪୦ ଲକ୍ଷ ଟଙ୍କା ନିଅନ୍ତୁ

ଏଡିନବର୍ଗ: ସାରା ବିଶ୍ୱରେ ବେରୋଜଗାରୀ ବଢ଼ିଥିବା ବେଳେ ଏକ ବିସ୍କୁଟ କମ୍ପାନୀ ଚାକିରି ପାଇଁ ଜବରଦସ୍ତ ଅଫର ଦେଇଛି। ଯେଉଁମାନେ ଡିଗ୍ରୀ କିମ୍ୱା କୌଣସି କାରଣରୁ ଉଚ୍ଚ ଶିକ୍ଷା ଲାଭ କରିପାରି ନାହାନ୍ତି ସେମାନଙ୍କ ପାଇଁ ଏହା ବହୁତ ଖୁସି ଖବର। ଏବେ ଗୋଟିଏ କମ୍ପାନୀ ବାର୍ଷିକ ୪୦ ଲକ୍ଷ ଟଙ୍କାର ଚାକିରି ଘୋଷଣା କରିଛି। ଚାକିରିଟି ହେଉଛି କେବଳ ବିସ୍କୁଟର ଟେଷ୍ଟ ବା ସ୍ୱାଦ କହିବା।

ସ୍କଟଲାଣ୍ଡରେ ଥିବା ବୋର୍ଡର ବିସ୍କୁଟ (Border Biscuit) ଏହି ଚାକିରି ଘୋଷଣା କରିଛି। ତେବେ କମ୍ପାନୀର ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀ ଜଣଙ୍କ ଭଲ ଭାବରେ ବିସ୍କୁଟର ଟେଷ୍ଟ ବାବଦରେ କହିପାରୁଥିବା। ଏଥିସହ ବିସ୍କୁଟ ତିଆରି, ଟିମର ନେତୃତ୍ୱ ଏବଂ ଡିଲ୍ କରିପାରୁଥିବା ଭଳି ଦକ୍ଷତା ଆବଶ୍ୟକ ରହିଛି। ଯାହାକି ଏକ ଲୋଭନୀୟ ଅଫର କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏହି ଚାକିରି ପାଇଁ କମ୍ପାନୀ ବର୍ଷକୁ ୩୫ ଦିନ ଛୁଟି ମଧ୍ୟ ରଖିଛି। ଏହି ଚାକିରି ପାଇଁ ଆବେଦନ ସମୟ ବର୍ଷଯାକ ରହିଥିବା ସୂଚନା ରହିଛି। ବିଶ୍ୱର ଯେକୌଣସି ଦେଶର ବ୍ୟକ୍ତି ଏହି ଚାକିରି ପାଇଁ ଆବେଦନ କରିପାରିବେ ବୋଲି କମ୍ପାନୀର ମ୍ୟାନେଜିଂ ଡିରେକ୍ଟର ପାଉଲ ପାର୍କିନସ କହିଛନ୍ତି। ମୁଖ୍ୟତଃ କମ୍ପାନୀ ଏହି ପ୍ରାର୍ଥୀକୁ ଗୁରୁତ୍ୱ ଦେବ ଯିଏ ଗ୍ରାହକଙ୍କ ସହ ଭଲ୍ ଡିଲ୍ କରିପାରିବାର କ୍ଷମତା ରଖିଥିବ।

ମୁଖ୍ୟତଃ କମ୍ପାନୀ ଏବେ ‘ମାଷ୍ଟର ବିସ୍କୁଟ’ ନାମକ ପ୍ରଡକ୍ଟ ତିଆରି କରିବାକୁ ଯାଉଛି। ଯାହାକି ଗ୍ରାହକଙ୍କୁ ମନଜିଣିବ ବୋଲି କମ୍ପାନୀ ସ୍କଟଲ୍ୟାଣ୍ଡର ଏହି କମ୍ପାନୀ ଆଶା ରଖିଛି। କମ୍ପାନୀର ମୁଖ୍ୟ ସୁଜେ କାରଲଓ୍ୱ କହିଛନ୍ତି, ତାଙ୍କ ବ୍ରାଣ୍ଡର ମୂଳ ଲକ୍ଷ୍ୟ ସବୁଠୁ ଭଲ ସ୍ୱାଦ ଏବଂ ଭଲ ବିସ୍କୁଟ୍।

The post ଲୋଭନୀୟ ଅଫର୍! ବିସ୍କୁଟର ଟେଷ୍ଟ କହି ବର୍ଷକୁ ୪୦ ଲକ୍ଷ ଟଙ୍କା ନିଅନ୍ତୁ appeared first on Odisha Reporter.



from Odisha Reporter https://ift.tt/3meTZ13

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages