ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବଙ୍ଗୋପସାଗରରେ ସୃଷ୍ଟ ୱେଲ୍ଡ୍ ମାର୍କଡ ଲୋ ପ୍ରେସର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଆଜି ଓ ଆସନ୍ତାକାଲି କେବଳ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ହେବ। କାଲି ବର୍ଷାର ପରିମାଣ ଅଧିକ ହେବାର ସମ୍ଭାବନା ରହିଛି। ଏହାସହ ୪୦ରୁ ୫୦ କିମି ବେଗରେ ପବନ ବହିବ। ଅତିବେଶିରେ ପବନର ବେଗ ୫୫ କିମି ଛୁଇଁବ।
ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।
The post ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ସହ ପବନ ସମ୍ଭାବନା appeared first on Odisha Reporter.
from Odisha Reporter https://ift.tt/3oaW1B1
No comments:
Post a Comment