ଯୁବକଙ୍କୁ ପିଟିପିଟି ମାରିଦେଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 31, 2020

ଯୁବକଙ୍କୁ ପିଟିପିଟି ମାରିଦେଲେ!

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଟ୍ରାଫିକ ଗେଟ ମାର୍କେଟରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଉଛନ୍ତି ସାଗର ରାଏ । ତେବେ ଏହି ଆକ୍ରମଣରେ ମୃତ ସାଗରଙ୍କ ବନ୍ଧୁ ପ୍ରକାଶ ସେଠୀ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ସାଗର ଓ ପ୍ରକାଶ ଟ୍ରାଫିକ ଗେଟ ମାର୍କେଟରେ ଥିବା ଏକ ଘରେ ଶୋଇଥିଲେ। ଏହି ସମୟରେ ଆଠ ଦଶ ଜଣ ଯୁବକ ଲାଠି ଓ ଧାରୁଆ ଅସ୍ତ୍ରରେ ସେନାନଙ୍କୁ ଆକ୍ରମଣ କରିଥିଲେ। ସାଗରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପ୍ରକାଶ ଗୁରୁତର ଆହତ ହୋଇଥିଲେ। ଏ ବାବଦରେ ପ୍ଲାଣ୍ଟସାଇଟ ଥାନାରେ ଏକ ମାମଲା ଦାୟର ହୋଇଛି। ପୁଲିସ ତିନି ଚାରି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

The post ଯୁବକଙ୍କୁ ପିଟିପିଟି ମାରିଦେଲେ! appeared first on Odisha Reporter.



from Odisha Reporter https://ift.tt/3mFc7kY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages