ଟସ୍‌ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି, ପାଣ୍ଡ୍ୟାଙ୍କୁ ମିଳିଲା ବିଶ୍ରାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 31, 2020

ଟସ୍‌ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି, ପାଣ୍ଡ୍ୟାଙ୍କୁ ମିଳିଲା ବିଶ୍ରାମ

ଦୁବାଇ: ପୂର୍ବରୁ ପ୍ଲେ-ଅଫରେ ସ୍ଥାନ ପକ୍କା କରି ସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲର ୫୧ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟୁଛି। ମୁମ୍ବାଇ ଅପେକ୍ଷା ଦିଲ୍ଲୀ ପାଇଁ ଏହି ମ୍ୟାଚ୍‌ ଜିତିବା ଜରୁରୀ। ଦିଲ୍ଲୀ ଏଯାଏ ୧୨ଟି ମ୍ୟାଚ୍‌ ଖେଳି ୧୪ ପଏଣ୍ଟ ପାଇଛି। ଅର୍ଥାତ ଆଜି ମ୍ୟାଚ୍‌ ଜିତିଲେ ଦିଲ୍ଲୀ ପ୍ଲେ-ଅଫ ଟିକେଟ ପାଇବ।

ଆଜିର ମ୍ୟାଚ୍‌ରେ ମୁମ୍ବାଇର ଅଧିନାୟକ କାଏରନ ପୋର୍ଲାଡ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ। ମୁମ୍ବାଇ ତା’ର ପୂର୍ବ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଆରସିବିକୁ ପରାସ୍ତ କରିଥିଲା। ତେବେ ଦିଲ୍ଲୀ କ୍ରମାଗତ ୩ଟି ମ୍ୟାଚ୍‌ ହାରିଛି। ତେଣୁ ଦିଲ୍ଲୀ ଆଜି କମବ୍ୟାକ୍‌ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ମୁମ୍ବାଇ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ଜେମ୍ସ ପାଟିନସନଙ୍କ ବଦଳରେ ନାଥନ କୁଣ୍ଟରନାଇଲଙ୍କୁ ସାମିଲ କରାଯାଇଛି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇ ଜୟନ୍ତ ଯାଦବଙ୍କୁ ଆଜି ସୁଯୋଗ ଦିଆଯାଇଛି।

ଅନ୍ୟପକ୍ଷରେ ଦିଲ୍ଲୀ ପକ୍ଷରୁ ପ୍ରବୀଣ ଦୁବେ ଆଜି ଡେବ୍ୟୁ କରିବେ। ସେହିପରି ପୃଥ୍ୱୀ ଶ’ ଓ ହର୍ଷଲ ପଟେଲ ଦଳକୁ କମବ୍ୟାକ୍‌ କରିଛନ୍ତି। ଦିଲ୍ଲୀ ଅକ୍ଷର ପଟେଲ, ଅଜିଙ୍କ୍ୟ ରାହଣେ ଓ ତୁଷାର ଦେଶପାଣ୍ଡେଙ୍କୁ ଆଜି ବେଞ୍ଚରେ ବସାଇଛି।

The post ଟସ୍‌ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି, ପାଣ୍ଡ୍ୟାଙ୍କୁ ମିଳିଲା ବିଶ୍ରାମ appeared first on Odisha Reporter.



from Odisha Reporter https://ift.tt/35JjHE0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages