ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍ଡାଉନ୍ରେ ଗରିବର ବନ୍ଧୁ ଏବଂ ଅଭାବୀର ବଳ ସାଜିଥିବା ସବ୍ୟସାଚୀ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି । ତେବେ ଏହି ଚର୍ଚ୍ଚାର କାରଣ କିନ୍ତୁ ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟ ପାଇଁ ନୁହେଁ। ଏହି ଚର୍ଚ୍ଚାର କାରଣ ହେଉଛନ୍ତି ଚୁଲବୁଲି ଓଲିଉଡ୍ ଅଭିନେତ୍ରୀ ତମନ୍ନା।
ଆପଣମାନେ ତ ଜାଣିଥିବେ, ତମନ୍ନାଙ୍କ ସହିତ ସବ୍ୟଙ୍କର ପ୍ରଥମ ଫିଲ୍ମ ‘ଲକିର ଲକ୍ଡାଉନ୍ ଲଭଷ୍ଟୋରୀ’ ରିଲିଜ୍ ହୋଇସାରିଛି। ଫିଲ୍ମରେ ତମନ୍ନା ଓ ସବ୍ୟଙ୍କ ରୋମାନ୍ସ ସହିତ ଡ୍ୟାନ୍ସ, ଫନ୍, ଆକ୍ସନ୍ ଓ ଡ୍ରାମା ରହିଛି।
ତେବେ ୟା ମଧ୍ୟରେ ତମନ୍ନାଙ୍କୁ ନେଇ ସବ୍ୟ ତାଙ୍କ ମନକଥା ଖୋଲି କହିଛନ୍ତି। ତମନ୍ନାଙ୍କର ଗୋଟିଏ ଗୁଣ ସବ୍ୟସାଚୀଙ୍କୁ ବହୁତ ଆକର୍ଷିତ କରିଛି। ତାହା ହେଉଛି- ଶୁଟିଂ ସେଟରେ ତମନ୍ନା ସବୁବେଳେ ଆଟେଣ୍ଟିଭ୍ ରହିବାକୁ ପସନ୍ଦ କରନ୍ତି। ‘ତରଙ୍ଗ’ର ଏକ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇ ସବ୍ୟସାଚୀ ଏହି କଥା କହିଥିଲେ।
ସେ କହିଥିଲେ, ଫିଲ୍ମର ପ୍ରତିଟି ସିନ୍ କିପରି ଭଲ ହେବ ଏବଂ ତାଙ୍କ ଚାରିପଟେ କିପରି ଏକ ଭଲ ପରିବେଶ ସୃଷ୍ଟି ହୋଇପାରିବ, ସେଥିପାଇଁ ତମନ୍ନା ସବୁବେଳେ ଚେଷ୍ଟା କରନ୍ତି। ଏହା ଏକ ଭଳ କଳାକାରର ପରିଚୟ।
ସେହିପରି ତମନ୍ନା ମଧ୍ୟ ସବ୍ୟଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ସେ କହିଥିଲେ ‘ଲୋକଙ୍କୁ ସାହାଯ୍ୟ କରୁଥିବା ସମୟରେ ବ୍ୟସ୍ତ ରହି ମଧ୍ୟ ସବ୍ୟସାଚୀ ଶୁଟିଂ କରୁଥିଲେ। ଯେତେବେଳେ ଜଣେ ମା’ ସବ୍ୟଙ୍କ ପାଖକୁ କାନ୍ଦି କାନ୍ଦି ଫୋନ୍ କରୁଛନ୍ତି ଏବଂ କହୁଛନ୍ତି ଯେ ସେମାନେ ରାସ୍ତାରେ ଅଛନ୍ତି ଏବଂ କିଛି ଖାଇ ନାହାନ୍ତି, ସେହି ସମୟରେ ସେମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିସାରିବା ପରେ ସେ ରୋମାଣ୍ଟିକ ସିନ୍ ପାଇଁ ପ୍ରସ୍ତୁତ ହେଉଥିଲେ କିମ୍ୱା ଆମକୁ ହସାଇବାକୁ ଚେଷ୍ଟା କରୁଥିଲେ। ଏସବୁ କଥା ସବ୍ୟଙ୍କ ବ୍ୟତୀତ ଅନ୍ୟ କେହି ବୁଝିପାରିବେ ନାହିଁ।’
ସୂଚନାଯୋଗ୍ୟ, ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ଓ ତମନ୍ନାଙ୍କର ‘ଲକିର ଲକ୍ଡାଉନ୍ ଲଭଷ୍ଟୋରୀ’ ଫିଲ୍ମଟି ୧୮ ଅକ୍ଟୋବରରେ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା। ପ୍ରଥମ ଥର ପାଇଁ ଏ ଦୁହେଁ ଏହି ଫିଲ୍ମରେ ସ୍କ୍ରିନ୍ ଶେଆର କରିଛନ୍ତି। ଏହି ଫିଲ୍ମରେ ସବ୍ୟସାଚୀ ଚୋର ଭୂମିକାରେ ଅଭିନଯ କରିଛନ୍ତି। ଫିଲ୍ମଟିକୁ ଦର୍ଶକଙ୍କ ଖୁବ୍ ଭଲ ପାଇବା ମିଳିଛି।
The post ତମନ୍ନାଙ୍କ ଏହି ଗୁଣକୁ ଭଲପାଆନ୍ତି ସବ୍ୟସାଚୀ appeared first on Odisha Reporter.
from Odisha Reporter https://ift.tt/31Ipmt4
No comments:
Post a Comment