ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ପାଦ୍ରୁଭାବ ଆରମ୍ଭ ହେବା ଦିନଠୁ ଜୀବନଯାତ୍ରା ଠପ୍ ହୋଇଯାଇଛି। ଦୋକାନବଜାର, ସପିଂ ମଲଠୁ ଆରମ୍ଭ କରି ସବୁ ବନ୍ଦ କରିଦେଲେ ସରକାର। ଦୀର୍ଘ ୭ ମାସ ପରେ ଧିରେ ଧିରେ ସବୁ କିଛି ସ୍ୱାଭାବିକ ସ୍ଥିତିକୁ ଫେରୁଥିବା ବେଳେ ମଦ ଦୋକାନଠୁ ଆରମ୍ଭ କରି ସପିଂ ମଲ ଖୋଲିଲାଣି। ହେଲେ ମନ୍ଦିର ଖୋଲିବା ନାଁ ଧରୁ ନାହାନ୍ତି ସରକାର।
ଏହା ପ୍ରତିବାଦରେ ଆସନ୍ତାକାଲି ପୁଣି ବାଜିବ ଘଣ୍ଟଘଣ୍ଟା । ଏଥର କୋଭିଡ୍ ଯୋଦ୍ଧାଙ୍କ ପାଇଁ ନୁହେଁ ବରଂ ମନ୍ଦିର ଖୋଲିବା ଦାବିରେ ଘଣ୍ଟଘଣ୍ଟା ବାଜିବ ବୋଲି ସ୍ପଷ୍ଟ କରିଛି ଓଡ଼ିଶା ମନ୍ଦିର ସେବାୟତ ସଂଘ।
ଆସନ୍ତାକାଲି ସକାଳ ୯ଟାରେ ସମସ୍ତ ମନ୍ଦିର ଓ ସେବାୟତଙ୍କ ଘରେ ୯ ମିନିଟ ପାଇଁ ବାଜିବ ଘଣ୍ଟଘଣ୍ଟା। ସରକାର ମନ୍ଦିର ଖୋଲନ୍ତୁ ନ ହେଲେ ନଚେତ ସେବାୟତଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ ବୋଲି ଗତକାଲି ଭୁବନଶ୍ୱେରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମହାସଂଘର କର୍ମକର୍ତ୍ତା।
The post ଆସନ୍ତାକାଲି ପୁଣି ବାଜିବ ଘଣ୍ଟଘଣ୍ଟା, ଜାଣନ୍ତୁ କାରଣ appeared first on Odisha Reporter.
from Odisha Reporter https://ift.tt/34rTqtx
No comments:
Post a Comment