ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଏଣିକି କେହି ବି ଅଣ କୃଷି ଜମି କିଣିପାରିବେ। ଏ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାପରେ ଜମ୍ମୁ କଶ୍ମୀରର ରାଜନୀତିକ ଦଳ ଏକ ହୋଇ କେନ୍ଦ୍ର ସରକାରଙ୍କୁ ଜୋରଦାର ବିରୋଧ କରିଛନ୍ତି। ଜମ୍ମୁ କଶ୍ମୀରର ରାଜନୀତିକ ଦଳ କହିଛନ୍ତି ଯେ ଏହି ଜମି ଆଇନ୍ ଦ୍ୱାରା ଜନସଂଖ୍ୟା ପରିବର୍ତ୍ତନର ଆଶଙ୍କା ରହିଛି। ଏହାଦ୍ୱାରା ସ୍ଥାୟୀ ବାସିନ୍ଦା ପୂର୍ବ ଭଳି ସୁରକ୍ଷିତ ରହିପାରିବେ ନାହିଁ। କେନ୍ଦ୍ରର ଏହି ନୂଆ ନୀତି ଲଦାଖ ପାଇଁ ଲାଗୁ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ମୋଦି ସରକାର।
ଜମ୍ମୁ କଶ୍ମୀରର ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ କାହାକୁ ଜମି ଦିଆଯିବ ନାହିଁ, କେବଳ ଯେଉଁମାନେ ଏଠାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଜମି କିଣିବାକୁ ଅନୁମତି ଦିଆଯିବ। ଜମ୍ମୁ କଶ୍ମୀରର ମୁଖ୍ୟ ସଚିବ ବି.ଭି.ଆର ସୁବ୍ରମଣ୍ୟମ କହିଛନ୍ତି, “ଆମେ ଶିଳ୍ପ ପ୍ରଦୂଷଣ କରିବାକୁ ଚାହୁଁନାହୁଁ। ଆଗାମୀ ଦୁଇ-ତିନି ଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ।”
ସଂଶୋଧିତ ନୂଆ ଜମି ଆଇନରେ ବାହାର ଲୋକମାନେ ଅଣ-କୃଷି ଜମି କିଣି ପାରିବେ। ସେହିପରି ବାହାର ଲୋକ ଏଠାରେ କଣ୍ଟ୍ରାକ୍ଟ ଫାର୍ମିଂ ମଧ୍ୟ ଅନୁମତି ଦିଆଯାଇଛି। ଜମ୍ମୁ କଶ୍ମୀରରେ ଶିଳ୍ପର ବିକାଶ ପାଇଁ ଏହି ଆଇନ୍ ସଂଶୋଧନ କରାଯାଇଛି। ତେବେ କୃଷି ଜମି କିଣିବା ପାଇଁ ଜମ୍ମୁ କଶ୍ମୀରର କୃଷକମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ।
ସଂଶୋଧିତ ଜମି ଆଇନକୁ ନେଇ ବିରୋଧୀ ଦଳ ବା ଗୁପକାର ଦଳ (ପିଡିପି, ସିପିଆଇ, ସିପିଏମ୍ ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ଏବଂ ନ୍ୟାଶନାଲ କନଫରେନ୍ସ) ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା କହିଛନ୍ତି ଯେ ଜମ୍ମୁ କଶ୍ମୀରକୁ ବିକ୍ରି କରିବା ଦ୍ୱାରା ନାଗରିକଙ୍କ ମୌଳିକ ସୁରକ୍ଷା ହଟାଇ ଦିଆଯାଇଛି। ଏହି ସଂଶୋଧନ ମାଧ୍ୟମରେ ଜନସଂଖ୍ୟା ପରିବର୍ତ୍ତନ ହେବାର ଭୟ ମଧ୍ୟ ଅଛି। କେନ୍ଦ୍ରର ଏହି ଜମି ସଂଶୋଧନ ଆଇନ ବଡ଼ ବିଶ୍ୱାସଘାତକତା ବୋଲି ସେ କହିଛନ୍ତି। ପିପୁଲ୍ସ କନଫରେନ୍ସର ସଭାପତି ମୁଖପାତ୍ର ସାଜଜାଦ ଲୋନ କହିଛନ୍ତି ଯେ ଏହି ଆଇନ୍ ଜମ୍ମୁ କଶ୍ମୀରବାସୀଙ୍କ ଅଧିକାର ଉପରେ ଆଉ ଏକ ବଡ଼ ଆକ୍ରମଣ ଏବଂ ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ।
The post ଜମ୍ମୁ କଶ୍ମୀର ସହ ବିଶ୍ୱାସଘାତ କରିଛି କେନ୍ଦ୍ର: ଓମାର ଅବଦୁଲ୍ଲା appeared first on Odisha Reporter.
from Odisha Reporter https://ift.tt/3mzV8k1
No comments:
Post a Comment