‘ସୀମାରେ ଲଢ଼ୁଥିବା ସୈନ୍ୟଙ୍କ ନାଁରେ ଏଥର ଦୀପ ଟିଏ ଜାଳିବା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 25, 2020

‘ସୀମାରେ ଲଢ଼ୁଥିବା ସୈନ୍ୟଙ୍କ ନାଁରେ ଏଥର ଦୀପ ଟିଏ ଜାଳିବା’

ନୂଆଦିଲ୍ଲୀ: ଆଜି ପୁଣି ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି। ପବିତ୍ର ଦଶହରା ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସଙ୍କଟକୁ ହରାଇ ବିଜୟୀ ହେବାର ପର୍ବ ହେଉଛି ଦଶହରା। ଅସତ୍ୟ ଉପରେ ସତ୍ୟର ଜୟର ଉତ୍ସବ ହେଉଛି ଦଶହରା ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏବେ ପାର୍ବଣ ଋତୁ ଆସୁଛି। ଏହି ସମୟରେ ଲୋକେ କିଣାକିଣି କରିବେ। ଏଣୁ ଦେଶବାସୀଙ୍କୁ କିଣାକିଣି କରିବା ସମୟରେ ଭୋକାଲ ଫର୍ ଲୋକାଲ୍ ବାର୍ତ୍ତାକୁ ମନେ ରଖି ସ୍ଥାନୀୟ ତଥା ସ୍ୱଦେଶୀ ଉତ୍ପାଦ କିଣିବାକୁ ସେ ପରାମର୍ଶ ଦେଇଛନ୍ତି। ଏହାସହ ବିଜୟାଦଶମୀ ଅବସରରେ ଦେଶର ସୈନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏଥର ଦୀପାବଳି ଅବସରରେ ଦେଶର ସୀମାରେ ଲଢ଼ୁଥିବା ବୀର ସୈନ୍ୟଙ୍କ ନାମରେ ଦୀପ ଜଳାଇବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି। ଏହାସହ ସାମାଜିକ ଦୂରତ୍ୱକୁ ନ ଭୁଲିବାକୁ ମୋଦି ପରାମର୍ଶ ମଧ୍ୟ ଦେଇଛନ୍ତି।

ଦେଶ ଉତ୍ସବ ପାଳୁଥିବା ବେଳେ ସୀମାରେ ଲଢ଼ୁଥିବା ବୀର ପୁତ୍ରମାନଙ୍କୁ ମନେପକାଇବା ଉଚିତ୍। ଭାରତ ମାଆର ସେବା ଏବଂ ସୁରକ୍ଷା କରୁଥିବା ସୁଯୋଗ୍ୟ ପୁତ୍ରମାନଙ୍କୁ ମନେପକାଇ ଆମେ ଉତ୍ସବ ପାଳିବା। ଭାରତ ମାଆର ସୁରକ୍ଷା କରୁଥିବା ସେହି ବୀର ପୁତ୍ର,କନ୍ୟାମାନଙ୍କ ନାଁରେ ମଧ୍ୟ ଘରେ ଗୋଟିଏ ଦୀପ ଜାଳିବା। ଏହାସହ ସୀମାରେ ଲଢ଼ୁଥିବା ସୈନ୍ୟଙ୍କ ସାଥିରେ ସାରା ଦେଶ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ପ୍ରଧାନମନ୍ତ୍ରୀ ମୋଦି ମନ କି ବାତ୍ କାର୍ଯ୍ୟକ୍ରମରେ ଖଦି ବିଷୟରେ ମଧ୍ୟ କହିଛନ୍ତି। ଖଦି ଆମର ସରଳତାର ପରିଚୟ। ହେଲେ ଆଜି ଏହା ଇକୋ ଫ୍ରେଣ୍ଡଲୀ ଫେବ୍ରିକ୍ ଭାବରେ ମଧ୍ୟ ଲୋକପ୍ରିୟ। ଖାଲି ଏତିକି ନୁହେଁ ଖଦି ବଡି ଫ୍ରେଣ୍ଡଲୀ ଫେବ୍ରିକ୍ ବୋଲି ମଧ୍ୟ ମୋଦି କହିଛନ୍ତି। ଏହାସହ ସେ ମେକ୍ସିକୋର ଓହାକା ସହର ବିଷୟରେ ମଧ୍ୟ କହିଛନ୍ତି।ଓହାକାର ଜଣେ ଯୁବକ ମାର୍କ ବ୍ରାଉନ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମେକ୍ସିକୋ ଯିବାପରେ ସେଠାରେ ଖଦି କାମ ଆରମ୍ଭ କରିଥିଲେ ବୋଲି ମୋଦି କହିଛନ୍ତି।

ମନ୍ କି ବାତରେ ପ୍ରଧାନମନ୍ତ୍ରୀ ଲୌହପୁରୁଷ ସରଦାର୍ ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିଚାରଣ କରିଥିଲେ। ରାଜା, ଜମିଦାରମାନଙ୍କ ସହ ଆଲୋଚନା କରୁଥିବା, ଜନ ଆନ୍ଦୋଳନର ଆୟୋଜନ କରୁଥିବା ସେହି ଲୌହପୁରୁଷଙ୍କ ସେନ୍ସ ଅଫ୍ ହ୍ୟୁମର୍ ମଧ୍ୟ ବିଚକ୍ଷଣ ଥିଲା ବୋଲି ମୋଦି କହିଛନ୍ତି। ଏଣୁ ପରିସ୍ଥିତି ଯେତେ ପ୍ରତିକୂଳ ହେଲେ ମଧ୍ୟ ବ୍ୟକ୍ତିକୁ ନିଜ ଭିତରେ ସେନ୍ସ ଅଫ୍ ହ୍ୟୁମର ବଞ୍ଚାଇ ରଖିବା ଉଚିତ୍ ବୋଲି ସେ କହିଛନ୍ତି।

ଆମ ଦେଶ ଏକସୂତ୍ରରେ ବନ୍ଧା। ହେଲେ କେତେକ ଶକ୍ତି ଆମ ମନରେ ସନ୍ଦେହର ମଞ୍ଜି ବୁଣିବାକୁ ଚେଷ୍ଟା କରୁଛନ୍ତି। ଦେଶ ଏଭଳି ଲୋକମାନଙ୍କୁ କଡ଼ା ଜବାବ୍ ଦେଇଛି ବୋଲି ମୋଦି କହିଛନ୍ତି। ଏହାସହ ଏକତାର ପ୍ରଚାର ପ୍ରସାର କରୁଥିବା ଓ୍ୱେବସାଇଟ୍ ekbharat gov ଦେଖିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ମୋଦି କହିଛନ୍ତି, ଜମ୍ମୁ-କାସ୍ମୀରର ପୁଲଓ୍ୱାମା ଆଜି ସାରା ଦେଶର ପାଠପଢ଼ା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ସେ କହିଛନ୍ତି, ଦେଶକୁ ପ୍ରାୟ 90 ପ୍ରତିଶତ ପେନସିଲ୍ ଆଉ ସ୍ଲେଟ୍ ଯୋଗାଉଛି କାଶ୍ମୀର ଘାଟି। ଏଥିରେ ପୁଲଓ୍ୱାମାର ପ୍ରମୁଖ ଭୂମିକା ରହିଛି। ଦିନ ଥିଲା ଦେଶରେ ପେନସିଲ୍ ପାଇଁ କାଠ ବିଦେଶରୁ ଆମଦାନୀ କରାଯାଉଥିଲା। ହେଲେ ପୁଲଓ୍ୱାମା ଆଜି ଏହି କ୍ଷେତ୍ରରେ ଆତ୍ମନିର୍ଭର ହୋଇ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି।

The post ‘ସୀମାରେ ଲଢ଼ୁଥିବା ସୈନ୍ୟଙ୍କ ନାଁରେ ଏଥର ଦୀପ ଟିଏ ଜାଳିବା’ appeared first on Odisha Reporter.



from Odisha Reporter https://ift.tt/3mhFQA4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages