ପାକିସ୍ତାନକୁ ସାମରିକ ସହାୟତା ଯୋଗାଇବା ବନ୍ଦ କଲା ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 25, 2020

ପାକିସ୍ତାନକୁ ସାମରିକ ସହାୟତା ଯୋଗାଇବା ବନ୍ଦ କଲା ଆମେରିକା

ଓ୍ୱାଶିଂଟନ: ଅକ୍ଟୋବର ୨୬ ଏବଂ ୨୭ରେ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ସଚିବ ମାର୍କ ଏସପର ଆସୁଛନ୍ତି। ଏହା ପୂର୍ବରୁ ପାକିସ୍ତାନକୁ ଏକ ବଡ଼ ଝଟକା ଦେଇଛି ଆମେରିକା। ହ୍ୱାଇଟ୍ ହାଉସ ଏବେ ପାକିସ୍ତାନକୁ ଯୋଗାଉଥିବା ସମସ୍ତ ସାମରିକ ସହାୟତା ଉପରେ ରୋକ୍ ଲଗାଇଛି। ପାକିସ୍ତାନକୁ ଆତଙ୍କବାଦ କବଳରୁ ସୁରକ୍ଷା ଦେବା ପାଇଁ ଆମେରିକା ଏହି ସାମରିକ ସହାୟତା ଯୋଗାଉଥିଲା। ଆମେରିକାର ସେନାକୁ ଆତଙ୍କବାଦୀ ମାରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିବା ପରେ ଟ୍ରମ୍ପ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଇଣ୍ଡିଆ-ଆମେରିକାନ ରିପବ୍ଲିକାନ୍ ରାଜନେତା ତଥା ଦକ୍ଷିଣ କାରୋଲିନାର ଗଭର୍ଣ୍ଣର ନିକି ହାଲେ ଏହି ସୂଚନା ଦେଇଛନ୍ତି।

ଫିଲାଡେଲଫିଆରେ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ହାଲେ ଟ୍ରମ୍ପଙ୍କ ବୈଦେଶିକ ନୀତିକୁ ପ୍ରଶଂସା କରିବାକୁ ଯାଇ ଏଭଳି କହିଛନ୍ତି। ଦକ୍ଷିଣ କାରୋଲିନାର ଦ୍ୱିତୀୟ ଗଭର୍ଣ୍ଣର ବା ରାଜ୍ୟପାଳ ହେଉଛନ୍ତି ନିକି ହାଲେ।

ଏହା ପୂର୍ବରୁ ୨୦୧୮ରେ ଇସଲାମାବାଦକୁ ୩୦୦ ମିଲିଅନ ଡଲାର ଦେବାକୁ ଆମେରିକା ସ୍ଥିର କରିଥିଲା। ହେଲେ ଆତଙ୍କବାଦ ଦମନ ନେଇ ପାକିସ୍ତାନ ନିରବ ରହିବାରୁ ଆମେରିକା ଏହି ପାଣ୍ଠି ଉପରେ ରୋକ୍ ଲଗାଇଥିଲା। ଅନ୍ତିମ ୧୫ ବର୍ଷ ମଧ୍ୟରେ ଆମେରିକା ୩୩ ବିଲିଅନ ଡଲାରର ସାମରିକ ସହାୟତା ଯୋଗାଇ ସାରିଛି। ଏଭଳି ସହାୟତା ପାଇ ପାକିସ୍ତାନ ଆମେରିକା ସରକାରକୁ ବୋକା ବନାଇବାକୁ ଚେଷ୍ଟା କରୁଥିଲା ବୋଲି ୨୦୧୮ ଜାନୁଆରୀରେ ଟ୍ରମ୍ପ ଟ୍ୱିଟ୍ କରି କହିଥିଲେ। ଏହାପରେ ସେହିବର୍ଷ ଜୁନରେ ପାକିସ୍ତାନ ଆତଙ୍କବାଦୀଙ୍କ ଚରାଭୂଇଁ ବା ସ୍ୱର୍ଗ ବୋଲି ଆମେରିକା କହିଥିଲା।

ଅକ୍ଟୋବର ୨୬ ଏବଂ ୨୭ରେ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ସଚିବ ମାର୍କ ଏସପର ଆସୁଛନ୍ତି। ଭାରତ ସହିତ ସାଟେଲେଇଟ୍ ଚୁକ୍ତି ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏଥିସହ ଚାଇନା ଏବଂ ଆତଙ୍କବାଦ ଦମନ ପାଇଁ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଭାରତ ସପକ୍ଷରେ ଆମେରିକା ବାହାରୁଥିବା ବେଳେ ଚାଇନା ମଧ୍ୟ ପାକିସ୍ତାନକୁ ଅର୍ଥନୀତି, କୂଟନୀତି ଆଦିରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ହେଲେ ଆମେରିକା ଏବଂ ପାକିସ୍ତାନ ପାଇଁ ଆତଙ୍କବାଦ ଦମନ ଏବଂ ଚାଇନା ବଡ଼ ଚ୍ୟାଲେଞ୍ଜ। ତେଣୁ ଭାରତ ଗସ୍ତରେ ଆମେରିକାର ଦୁଇ ପ୍ରମୁଖ ମନ୍ତ୍ରୀ ଆସିବା ପୂର୍ବରୁ ପାକିସ୍ତାନକୁ ସାମରିକ ସହାୟତା ବନ୍ଦ କରିବା ଭାରତ ପାଇଁ କୂଟନୀତି କ୍ଷେତ୍ରରେ ବଡ଼ ବିଜୟ।

The post ପାକିସ୍ତାନକୁ ସାମରିକ ସହାୟତା ଯୋଗାଇବା ବନ୍ଦ କଲା ଆମେରିକା appeared first on Odisha Reporter.



from Odisha Reporter https://ift.tt/3mec7YK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages