କାଲିଠୁ ନିଖୋଜ ୨ ଭଉଣୀଙ୍କ ପତ୍ତା ମିଳୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 15, 2020

କାଲିଠୁ ନିଖୋଜ ୨ ଭଉଣୀଙ୍କ ପତ୍ତା ମିଳୁନି

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ତୁଷୁରା ଅଞ୍ଚଳରେ ତେଲନଦୀ ବ୍ରିଜରୁ ଗତକାଲିଠୁ ନିଖୋଜ ୨ ଭଉଣୀଙ୍କର  ଏଯାଏଁ ପତ୍ତା ମିଳିନି । ତେବେ ସେମାନଙ୍କ ପରିଚୟ ମିଳିଛି । ନିଖୋଜ ଦୁଇ ଭଉଣୀ ହେଲେ ଅନମୋଲ ଅଗ୍ରଓ୍ୱାଲ ଓ ଆଞ୍ଚଲ ଅଗ୍ରଓ୍ୱାଲ।

ଗତକାଲି ପୂର୍ବାହ୍ନ ୧୧ଟା ବେଳେ ତୁଷୁରା ସହର ବୁଲିବାକୁ ଯାଉଛୁ କହି ଦୁଇ ଭଉଣୀ ଘରୁ ସ୍କୁଟିରେ ଘରୁ ବାହାରିଥିଲେ । ତେବେ ଦିନ ୧୨ଟା ବେଳେ ତେଲନଦୀ ବ୍ରିଜ ଉପରେ ସେମାନଙ୍କ ସ୍କୁଟି ଓ ଦୁଇହଳ ଚପଲ ଦେଖିବାକୁ ମିଳିଥିଲା । ଦୁଇ ଭଉଣୀ  ନଦୀକୁ ଡେଇଁ ପଡ଼ିଥିବା ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗ କାଲିଠୁ ଖୋଜାଖୋଜି ଚଳାଇଛନ୍ତି । ସର୍ଚ୍ଚ ଅପରେସନରେ ଓଡ୍ରାଫ ଟିମ ମଧ୍ୟ ସାମିଲ ହୋଇଛି ।

ନଦୀର ୨୦ କିଲୋମିଟର ଅଞ୍ଚଳକୁ ଯାଞ୍ଚ କରାଗଲାଣି । ତଥାପି ଦୁଇ ଜଣଙ୍କ ପତ୍ତା ମିଳିନି । ତେବେ ପୁଲିସ୍‌  କୌଣସି ପ୍ରତ୍ୟକ୍ଷଦର୍ଶୀ ପାଉନଥିବାରୁ ଦୁଇ ଭଉଣୀ ନଦୀକୁ ଡେଇଁଛନ୍ତି ନା ଅନ୍ୟ କୌଣସି ଅଘଟଣ ଘଟିଛି ତାକୁ ନେଇ ସନ୍ଦେହ ଉପୁଜୁଛି । ତେଣୁ ଘଟଣା ଏବେ ବି ସଂଦେହ ଘେରରେ ରହିଛି ।  ତୁଷୁରା ପୁଲିସ୍‌ ଘଟଣାର ଖୋଳତାଡ଼ ଚଳାଇଛି ।

The post କାଲିଠୁ ନିଖୋଜ ୨ ଭଉଣୀଙ୍କ ପତ୍ତା ମିଳୁନି appeared first on Odisha Reporter.



from Odisha Reporter https://ift.tt/3506UwU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages