ଅଲିମ୍ପିକ୍ସ ପଦକ ବିଜେତା ଯୋଗେଶ୍ୱର ଦତ୍ତଙ୍କୁ ପୁଣି ପ୍ରାର୍ଥୀ କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 15, 2020

ଅଲିମ୍ପିକ୍ସ ପଦକ ବିଜେତା ଯୋଗେଶ୍ୱର ଦତ୍ତଙ୍କୁ ପୁଣି ପ୍ରାର୍ଥୀ କଲା ବିଜେପି

ଚଣ୍ଡିଗଡ଼: ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ରେସଲର ଯୋଗେଶ୍ୱର ଦତ୍ତଙ୍କୁ ବିଜେପି ହରିଆଣାରେ ନିର୍ବାଚନ ଲଢ଼ିବାକୁ ପୁଣିଥରେ ଟିକେଟ ଦେଇଛି। ସେ ବରୋଦାରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଛନ୍ତି। ନଭେମ୍ବର ୩ରେ ବରୋଦାରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଆଜି ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାରୁ ବିଜେପି ଯୋଗେଶ୍ୱରଙ୍କୁ ଶେଷରେ ପ୍ରାର୍ଥୀ ଭାବେ ଚୟନ କରିଛି।

ଚଳିତ ବର୍ଷ ଏପ୍ରିଲ ମାସରେ ବରୋଦାର ବିଧାୟକ ତଥା କଂଗ୍ରେସ ନେତା କ୍ରୀଷ୍ଣ ହୁଡାଙ୍କ ଦେହାନ୍ତ ହୋଇଥିଲା। ଏହି କାରଣରୁ ଏଠାରେ ଉପ ନିର୍ବାଚନ ହେଉଛି। ୨୦୧୯ ବିଧାନସଭା ନିର୍ବାଚନ ବେଳେ ବିଜେପି ଯୋଗେଶ୍ୱରଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ କଂଗ୍ରେସ ଦିବଗଂତ ନେତା ଶ୍ରୀ ହୁଡା ପରାସ୍ତ କରିଥିଲେ। ଏବେ ପୁଣିଥରେ ଦଳ ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବରୋଦାରେ ବିଜେପି ଆଜି ଯାଏ କେବେ ହେଲେ ଜିତିବାକୁ ସକ୍ଷମ ହୋଇନାହିଁ। ତେଣୁ ଏଥର ଦଳ ଯୋଗେଶ୍ୱରଙ୍କ ଉପରେ ଭରସା ରଖିଛି।

The post ଅଲିମ୍ପିକ୍ସ ପଦକ ବିଜେତା ଯୋଗେଶ୍ୱର ଦତ୍ତଙ୍କୁ ପୁଣି ପ୍ରାର୍ଥୀ କଲା ବିଜେପି appeared first on Odisha Reporter.



from Odisha Reporter https://ift.tt/2IsEtjk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages