ଭଞ୍ଜନଗର ବାବା କା ଢ଼ାବାର ସୀତାରାମ! ଜୀଇଁବା ପାଇଁ କରୁଛନ୍ତି ସଂଘର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 26, 2020

ଭଞ୍ଜନଗର ବାବା କା ଢ଼ାବାର ସୀତାରାମ! ଜୀଇଁବା ପାଇଁ କରୁଛନ୍ତି ସଂଘର୍ଷ

ଭଞ୍ଜନଗର (ରାଜେଶ ପଣ୍ଡା): ଦିଲ୍ଲୀର ବାବା କା ଢାବାର କାନ୍ତା ପ୍ରସାଦ। ମହାମାରୀ କରୋନା ଲକ୍‌ଡାଉନ୍‌ ପରେ ଜୀବିକା ଥାଇ ମଧ୍ୟ ଏକରକମ ହୋଇଯାଇଥିଲେ ଦିଗହରା। ରାସ୍ତା କଡ଼ର ସେହି ଛୋଟିଆ ଦୋକାନକୁ ନା ଲୋକ ଆସୁଥିଲେ ନା କିଣିବାକୁ ପସନ୍ଦ କରୁଥିଲେ। ଠିକ୍‌ ସେମିତି ବାବା କା ଢ଼ାବାର କାନ୍ତା ପ୍ରସାଦଙ୍କ ଭଳି ଜୀବନ ବିତାଉଛନ୍ତି ଭଞ୍ଜନଗରର ସୀତାରାମ ପଣ୍ଡା। କରୋନା ତାଙ୍କ ଜୀବିକା ଉଜାଡ଼ି ଦେଇଛି। ସେ ନାନା ଅସୁବିଧା ଦେଇ ଗତି କରୁଛନ୍ତି।

ସୀତାରାମଙ୍କ ବୟସ ହେଲାଣି ୭୨। ନିଜେ ଓ ପତ୍ନୀଙ୍କ ପେଟ ପୋଷିବାକୁ ଆପଣାଇଥିଲେ ଜଳଖିଆ ଦୋକାନ। ବରା, ପିଆଜି, ଆଲୁଚପ୍ ଜଳଖିଆ ବିକ୍ରି କରି ଦିନକୁ ଦୁଇ ମୁଠା ଖାଇବା ଯୋଗାଡ଼ କରୁଥିଲେ। ହେଲେ ଲକଡାଉନ୍‌ ପରେ ଆଉ ଗ୍ରାହକ ଭଲକରି ଆସୁନାହାନ୍ତି। ଲୋକେ ଭୟରେ ରାସ୍ତାକଡ଼ ଦୋକାନରୁ କିଛି କିଣି ଖାଇବାକୁ ଇଚ୍ଛା କରୁଛନ୍ତି। ଯାହାର ସିଧା ପ୍ରଭାବ ପକାଇଛି ସୀତାରାମଙ୍କ ପରିବାର ଖର୍ଚ୍ଚ ଉପରେ। ନାନା ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି ସୀତାରାମ।

ସୀତାରାମଙ୍କ ପାଇଁ ଅଣ୍ଟା ସଳଖିକି ଚାଲିବା କଷ୍ଟକର ହେବା ସତ୍ତ୍ୱେ ପ୍ରତିଦିନ ଦୋକାନଙ୍କୁ ଆସୁଛନ୍ତି। ତାଙ୍କ ପତ୍ନୀ ସରୋଜିନୀ ପଣ୍ଡା ତାଙ୍କୁ ଦୋକାନରେ ସାହାଯ୍ୟ କରୁଛନ୍ତି। ସୀତରାମ ଜଳଖିଆ ତିଆରିରେ ବ୍ୟସ୍ତ ଥିଲାବେଳେ ସରୋଜିନୀ ଦୋକାନରେ ବିକ୍ରି କରିଥାଆନ୍ତି। ସୀତାରାମ ମଉସାଙ୍କ ପିଆଜି ପାଇଁ ପୂର୍ବରୁ ଲମ୍ବା ଧାଡ଼ି ହେଉଥିଲା। ହେଲେ ଏବେ ପରିସ୍ଥିତି ବଦଳିଛି। ସବୁ କିଛି ମାନ୍ଦା।

 

The post ଭଞ୍ଜନଗର ବାବା କା ଢ଼ାବାର ସୀତାରାମ! ଜୀଇଁବା ପାଇଁ କରୁଛନ୍ତି ସଂଘର୍ଷ appeared first on Odisha Reporter.



from Odisha Reporter https://ift.tt/37EoPfs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages