ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 26, 2020

ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟ ଏବେ ସୁଦ୍ଧା ଚାଲିଛି। ମାତ୍ର ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ି ନାହିଁ।

ମାଲକାନଗିରି ଜୁମଡାଙ୍ଗରେ ନକ୍ସଲଙ୍କ ଗତିବିଧି ଥିବା ଜଣାପଡ଼ିଥିଲା। ଏହା ପରେ ଗତକାଲି ରାତିରେ ପୁଲିସ ଓ ଯବାନମାନେ ଉକ୍ତ ଅଞ୍ଚଳକୁ ଯାଇଥିଲେ। ଏ ସମ୍ପର୍କରେ ନକ୍ସଲମାନେ ଜାଣିପାରି ପୁଲିସ ଉପରେ ଗୁଳି କରିଥିଲେ। ଏହାର ପାଲଟା ଜବାବ ଦେଇଥିଲା ପୁଲିସ। ଦୀର୍ଘ ସମୟ ଧରି ଏହି ଗୁଳି ବିନିମୟ ଚାଲିଥିଲା। ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ଗୁଳି ବିନିମୟ ଚାଲିଥିବା ଜଣାପଡ଼ିଛି।

ଏହା ପୂର୍ବରୁ ଅର୍ଥାତ ଗତକାଲି ବିଚ୍ଛିନ୍ନାଞ୍ଚଳର ମୁକୁଡ଼ପାଲ୍ଲୀ ଓ ଗୋରାସେତୁରୁ ବିପୁଳ ପରିମାଣର ମାରଣା ଅସ୍ତ୍ର ଜବତ କରାଯାଇଥିଲା। ଏହାଛଡ଼ା ନକ୍ସଲଙ୍କ ପରିଚୟ ପତ୍ର, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ କ୍ଲମର ମାଇନ, ଗୋଟିଏ ଅକ୍ସିଜେନ ସିଲିଣ୍ଡର, ୮ଟି ଡିଟୋନେଟର, କଡେସ୍କ ତାର ପରି ଅନେକ ସାମଗ୍ରୀ ଜବତ କରିଥିଲେ।

 

The post ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ appeared first on Odisha Reporter.



from Odisha Reporter https://ift.tt/3oxR999

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages