ପାଟଣା: କରୋନା ମହାମାରୀ ମଧ୍ୟରେ ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୬ ଟି ଜିଲ୍ଲାର ୭୧ ଟି ଆସନରେ ଭୋଟିଂ ଚାଲିଛି। ସବୁଠୁ ବଡ଼ କଥା ହେଉଛି ଏହି ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆଠ ଜଣ ବରିଷ୍ଠ ମନ୍ତ୍ରୀ ରହିଛନ୍ତି। ଅର୍ଥାତ୍ ଆଜିର ମତଦାନ ପରେ ଏହି ନୀତୀଶଙ୍କ ଆଠ ମନ୍ତ୍ରୀଙ୍କ ରାଜନୀତିକ ଭାଗ୍ୟ ସ୍ଥିର ହେବ।
ବିହାର ବିଧାନସଭାର ୭୧ଟି ଆସନ ପାଇଁ ଭୋଟ୍ ଦେଉଛନ୍ତି ଲୋକେ। କରୋନା ନିୟମ ସହିତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଭୋଟିଂ ଚାଲିଥିବା ଜଣାପଡ଼ିଛି। ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୬ଟା ଯାଏ ଚାଲିବ। ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ଏବଂ ତୃତୀୟ ପର୍ଯ୍ୟାୟ ନଭେମ୍ବର୭ରେ ରହିଛି। ନଭେମ୍ବର ୧୦ରେ ଫଳାଫଳ ପ୍ରକାଶ ପାଇବ।
ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ, ଆରଜେଡିର ୪୨ ପ୍ରାର୍ଥୀ, ଜେଡିୟୁର ୩୫, ବିଜେପିର ୨୯, କଂଗ୍ରେସର ୨୧, ସିପିଆଇର ୮ ଜଣ, ହିନ୍ଦୁସ୍ତାନୀ ଆୱାମ ମୋର୍ଚା (ହାମ୍) ଏବଂ ବିକାଶ ଇନସାନ ପାର୍ଟି (ଭିଆଇପି)ର ଜଣେ ପ୍ରାର୍ଥୀ ରହିଛନ୍ତି। ଏହି ୭୧ ଟି ଆସନରେ ହଜାରରୁ ଅଧିକ ପ୍ରାର୍ଥୀ ରହିଥିବା ସୂଚନା ରହିଛି। ଏହି ବିଧାନସଭା ନିର୍ବାଚନରେ ମୁଖ୍ୟତଃ ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ ରହିଛି। ହେଲେ କିଛି ଆସନରେ ତ୍ରିକୋଣୀୟ ପ୍ରତିଯୋଗିତା ହେବାର ସମ୍ଭାବନା ରହିଛି।
The post କରୋନା ଭିତରେ ଦେଶର ପ୍ରଥମ ମତଦାନ appeared first on Odisha Reporter.
from Odisha Reporter https://ift.tt/2HGIu3v
No comments:
Post a Comment