କରୋନା କବଳରେ ଟ୍ରମ୍ପ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 1, 2020

କରୋନା କବଳରେ ଟ୍ରମ୍ପ ଦମ୍ପତି

ୱାଶିଂଟନ: ନଭେମ୍ବର ୩ ତାରିଖରେ ହେବାକୁ ଥିବା ଯୁକ୍ତରାଷ୍ଟ୍ର ଆମେରିକା ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ୍ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିଥିବା  ସୂଚନା ଦେଲେ ଡୋନାଲ୍ଡ ଟ୍ରମ୍ପ୍।

ସୂଚନାଯୋଗ୍ୟ, ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ ପଜିଟିଭ ଚିହ୍ନଟ ହେବା ପରେ ଟ୍ରମ୍ପ ଦମ୍ପତି କରୋନା ଟେଷ୍ଟ କରାଇଥିଲେ। ଯାହାକି ପଜିଟିଭ ଆସିଛି।

ଗହଳି ଏଡ଼ାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ସତ୍ତ୍ୱେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଟ୍ରମ୍ପ ଦେଶର ବିଭିନ୍ନ ସ୍ଥାନରେ ସଭାସମିତିରେ ଯୋଗ ଦେଉଛନ୍ତି। ଏହି ସମୟରେ ତାଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ ମଧ୍ୟ ଉପସ୍ଥିତ ରହୁଛନ୍ତି।  ଫଳରେ ଏବେ ଉଭୟ କରୋନା ଦ୍ୱାରା କବଳିତ ହୋଇଥିବା ଜଣାଯାଇଛି।  ଟ୍ରମ୍ପ କରୋନାରେ ଆକ୍ରାନ୍ତ ହେବା ଯୋଗୁ ନଭେମ୍ବର ୩ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ପ୍ରତିବନ୍ଧକ ଲାଗିବା ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, କରୋନା ଯୋଗୁ ପ୍ରଭାବିତ ଦେଶ ତାଲିକାରେ ନମ୍ବର-୧ରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା। ଏହି ବିକଶିତ ଦେଶରେ ପ୍ରାୟ ୭୫ ଲକ୍ଷ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ସାରିଥିବା ବେଳେ  ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଆଖି ବୁଜି ସାରିଲେଣି।  କରୋନାରେ ପରିଚାଳନା ତ୍ରୁଟି ଯୋଗୁ ଏତେ ସଂଖ୍ୟକ ଲୋକ ପ୍ରଭାବିତ ହୋଇଥିବାରୁ ଏହା ଟ୍ରମ୍ପ ପ୍ରଶାସନର ବଡ଼ ବିଫଳତା ବୋଲି ଆଲୋଚନା ହେଉଛି।

ଅପରପକ୍ଷେ  ନିଜଜେ ଡୋନାଲ୍ଡ ଟ୍ରମ୍ପ କରୋନା ମହାମାରୀ ବ୍ୟାପିବାର ବହୁ ଦିନ ପର୍ଯ୍ୟନ୍ତ ମାସ୍କ ବ୍ୟବହାର କରି ନ ଥିଲେ। ଦେଶର ରାଷ୍ଟ୍ରପତିଙ୍କ ଏପରି ଖାମଖିଆଲ ମନୋଭାବକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯିବା ପରେ ସେ ମାସ୍କ ବ୍ୟବହାର କରିବା ଆରମ୍ଭ କଲେ।  ଏହାପରେ ବିଭିନ୍ନ ସମୟରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସୁଥିବା ବେଳେ ଏଥର ପଜିଟିଭ ଆସିଥିବା ଜଣାଯାଇଛି।

The post କରୋନା କବଳରେ ଟ୍ରମ୍ପ ଦମ୍ପତି appeared first on Odisha Reporter.



from Odisha Reporter https://ift.tt/34cWlWK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages