ଫସଲ ଜଗିବାକୁ ଯାଉଥିଲେ, ରାତିରେ ଦଳିଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 30, 2020

ଫସଲ ଜଗିବାକୁ ଯାଉଥିଲେ, ରାତିରେ ଦଳିଦେଲା ହାତୀ

ପାଲଲହଡା (ରବୀନ୍ଦ୍ର ପ୍ରଧାନ): ଜଣେ ଚାଷୀ ନିଜର କଷ୍ଟ ଉପାର୍ଜିତ ଫସଲ ଜଗିବାକୁ ଯାଉଥିଲେ। ହେଲେ ଅନ୍ଧାର ରାତିରେ ତାଙ୍କୁ ଦଳିଦେଲା ଦନ୍ତାହାତୀ। ଗତକାଲି ରାତିରେ ଏପରି ଘଟଣା ଅନୁଗୋଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ।

ଗତକାଲି ରାତିରେ ଶ୍ରୀରାମପୁର ଗାଁ ଅନାଦି ହାଣ୍ଡିଆରୀ ଚାଷ ଜମି ଗବିବାକୁ ଯାଇଥିଲେ। ସେ ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିଜ କ୍ଷେତ ଜଗିବାକୁ ଯାଉଥିଲେ। ଏହି ସମୟରେ ସେ ଦନ୍ତା ହାତୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ତାଙ୍କ ହାତୀ ପଲ କଚାଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି।

ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଜଣକୁ ଚାକିରି ଦାବିରେ ଉତ୍ତ୍ୟକ୍ତ ଲୋକେ ବନ ବିଭାଗରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ବନବିଭାଗ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଉତ୍ତ୍ୟକ୍ତ ଲୋକମାନେ ନିଜ ଜିଦରେ ଅଟଳ ରହିଥିଲେ। ତେବେ ବନ ବିଭାଗ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସୂଚନାରୁ ପ୍ରକାଶ, ପାଲଲହଡା ରେଞ୍ଜ ଅଧୀନସ୍ଥ ବତିସୁଆଁ ଓ ଡିମିରିଆ ପଞ୍ଚାୟତରେ ୧୭ଟି ହାତୀଙ୍କ ଉପଦ୍ରବ ଲାଗି ରହିଛି। ଏନେଇ ଗାଁ ଲୋକେ ବାରମ୍ୱାର ବନ ବିଭାଗ ପାଖରେ ଅଭିଯୋଗ କରିଛନ୍ତି। ହେଲେ ବନ ବିଭାଗ ଗାଁ ଲୋକଙ୍କୁ କଥା ଶୁଣୁନଥିବା ଅଭିଯୋଗ ହୋଇଛି।

The post ଫସଲ ଜଗିବାକୁ ଯାଉଥିଲେ, ରାତିରେ ଦଳିଦେଲା ହାତୀ appeared first on Odisha Reporter.



from Odisha Reporter https://ift.tt/2HR7fKv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages