ନୀଳଗିରିରେ ବୁଲୁଛି ପାଇଲଟ୍‌ ହାତୀ, ଲୋକେ ଆତଙ୍କିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 30, 2020

ନୀଳଗିରିରେ ବୁଲୁଛି ପାଇଲଟ୍‌ ହାତୀ, ଲୋକେ ଆତଙ୍କିତ

ନୀଳଗିରି (ବିଶ୍ୱମ୍ଭର ଦାସ): ଚାଷ ଜମିରେ ଉତ୍ପାତ କରୁଛି ଝାରଖଣ୍ଡର ପାଇଲଟ୍‌ ହାତୀ। ହାତୀଟି ଏବେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।

ସୂଚନାରୁ ପ୍ରକାଶ, ପ୍ରତିବର୍ଷ ଝାରଖଣ୍ଡି ହାତୀ ପଲ ନୀଳଗିରି ଆସନ୍ତି। ହାତୀ ପଲ ଆସିବା ପୂର୍ବରୁ ପାଇଲଟ୍‌ ହାତୀ ଆସି ପ୍ରଥମେ ଆସିଥାଏ। ପାଇଲଟ୍‌ ହାତୀ ସ୍ଥିତି ଅନୁଧ୍ୟାନ କରିବା ଅନ୍ୟ ହାତୀ ପଲ ଆସିଥାନ୍ତି। ଏବେ ଅମଳ ଋତୁ ଆରମ୍ଭ ହୋଇଥିବାରୁ ପ୍ରଥମେ ପାଇଲଟ୍‌ ହାତୀ ନୀଳଗିରି ଅଞ୍ଚଳକୁ ଆସି। ସେ ଚାଷ ଜମିରେ ମନଇଚ୍ଛା ବୁଲି ଧାନ ଖାଇବା ସହିତ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପାଇଲଟ ହାତୀର ଆସିବା ପରେ ଆସିବାକୁ ଥିବା ହାତୀ ପଲ ଏବେ ମୟୂରଭଂଜର ଦେଉଳି ରେଞ୍ଜରେ ଅଛନ୍ତି। ସେମାନେ ଧୀରେ ଧୀରେ ଅଗ୍ରସର ହେଉଛନ୍ତି।

ହାତୀଙ୍କ ଆଗମନକୁ ଦେଖି ଚିନ୍ତାରେ ସ୍ଥାନୀୟ ଲୋକେ ଓ ଚାଷୀ। ହାତୀ କବଳରୁ କେମିତି ନିଜ କଷ୍ଟ ଉପାର୍ଜିତ ଫସଲକୁ ସଂଗ୍ରହ କରିବେ, ସେହି ଚିନ୍ତାରେ ଚାଷୀ।

The post ନୀଳଗିରିରେ ବୁଲୁଛି ପାଇଲଟ୍‌ ହାତୀ, ଲୋକେ ଆତଙ୍କିତ appeared first on Odisha Reporter.



from Odisha Reporter https://ift.tt/2TCWTjF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages