ଘରେ ରଖିଥିଲେ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 31, 2020

ଘରେ ରଖିଥିଲେ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ

ଲମତାପୁଟ (ଜଗତ ଜୀବନ): ଗୋଟିଏ କି ଦୁଇଟି ବସ୍ତା ନୁହେଁ, ପାଖାପାଖି ୪୦ଟି ଗଞ୍ଜେଇ ଭର୍ତ୍ତି ବସ୍ତା ଜବତ କରିବାରେ ସଫଳ ହେଇଛି ମାଛକୁଣ୍ଡ ଓ ପାଡୁଆ ପୁଲିସ୍‌। ଆଉ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ଓ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ଲମତାପୁଟ, ମାଛକୁଣ୍ଡ ଓ ଜଳାପୁଟ ପୁଲିସ ଟିମ୍‌ କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ହନୁମାଲ ଗାଁର ଗୋବର୍ଦ୍ଧନ ଦଳାଇଙ୍କ ଘରେ ଚଢ଼ାଉ କରିଥିଲେ। ଗୋବର୍ଦ୍ଧନ ଦଳାଇଙ୍କ ବନ୍ଦ ଘରେ ରାତି ସାରା ସେମାନେ ସର୍ଚ୍ଚ ଅପରେସନ କରିଥିଲେ ଓ ୨୭ ବସ୍ତା ଗଞ୍ଜେଇ ଜବତ କରିଥିଲେ। ମୋଟ ୮ କୁଇଣ୍ଟାଲ ୧୩ କେଜି ୭୦୦ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ କହିଛି। କିନ୍ତୁ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ।

ଠିକ୍ ସେହିପରି ପାଡୁଆକୁ ପୁଲିସକୁ ମଧ୍ୟ ମିଳିଛି ଏକ ବଡ଼ ସଫଳତା। ରାତ୍ର ପାଟ୍ରୋଲିଂ ସମୟରେ ବଡ଼ ଦେବତା ଛକ ନିକଟରେ ଏକ ୪୦୭ ଗାଡ଼ିକୁ ଧରିଥିଲା ପୁଲିସ୍। ଏହା ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ବେଳେ ଏଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିଲା। ତେବେ ଗଞ୍ଜେଇ ମାଫିଆ ମାନେ ଅନ୍ଧାରର ସୁଯୋଗ ନେଇ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲେ। ଏହି ଟ୍ରକ୍‌ରୁ ୫ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ହେବ ବୋଲି ପୁଲିସ୍ କହିଛି।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ମାଛକୁଣ୍ଡ ପୁଲିସ ଏକଟାପୁଟ ଗାଁରେ ଚଢ଼ାଉକାରି ପ୍ରାୟ ଏକ କୋଟି ଟଙ୍କାର ଗଞ୍ଜେଇ ଜବତ କରିଥିଲା।

The post ଘରେ ରଖିଥିଲେ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ appeared first on Odisha Reporter.



from Odisha Reporter https://ift.tt/37YvdhD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages