ଲଣ୍ଡନ: ସାରା ଦୁନିଆରେ କରୋନା ମହାମାରୀ କମିବା ବଦଳରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶେଷକରି ୟୁରୋପିଆନ୍ ଦେଶଗୁଡ଼ିକରେ ଏବେ କରୋନା ଅଧିକ ସାଙ୍ଘାତିକ ହେବାରେ ଲାଗିଛି। ଫ୍ରାନ୍ସ ପରେ ଏବେ ଇଂଲଣ୍ଡରେ ମଧ୍ୟ ଲକଡାଉନ୍ ଲାଗୁ କରିବା ପାଇଁ ଘୋଷଣା କରାଯାଇଛି। କରୋନା ବିପଦକୁ ଆଖି ଆଗରେ ରଖି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଦେଶକୁ ମାସେ ପର୍ଯ୍ୟନ୍ତ ଲକଡାଉନ୍ କରିବାକୁ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ରହିବ।
National restrictions will apply in England from 5 November until 2 December.
You must stay at home, with a limited set of exemptions.
After 4 weeks we will look to return to a local and regional approach, based on the latest data.
https://t.co/shgzOurdZC pic.twitter.com/7j9DDayqxr— UK Prime Minister (@10DowningStreet) October 31, 2020
ଲକଡାଉନ୍ ଅବଧି ନଭେମ୍ବର ୫ରୁ ଆରମ୍ଭ ହୋଇ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରହିବ। ଏହି ମାସିକିଆ ଲକଡାଉନ୍ ଦ୍ୱାରା ଏବେ ପବ୍, ରେଷ୍ଟୁରାଣ୍ଟ, ବ୍ୟବସାୟ ପ୍ରତିଷ୍ଠାନ ଓ ଦୈନନ୍ଦିକ ଜୀବିକା ଉପରେ କଟକଣା ଲଗାଯାଇଛି। ପିଏମ୍ ଜନସନ୍ କହିଛନ୍ତି, ଚାରି ସପ୍ତାହ ପରେ ସ୍ଥିତି ସମୀକ୍ଷା କରାଯିବ ଏବଂ ଲକଡାଉନକୁ ଆଗକୁ ବଢ଼ାଯିବ କି ନାହିଁ, ତାହା ଉପରେ ନିଷ୍ପତ୍ତି ନିଆଯିବ।
ଲକଡାଉନ୍ ସମୟରେ ସମସ୍ତେ ନିଜ ନିଜର ଘରୁ ଖାଦ୍ୟ ସାମଗ୍ରୀ, ମେସିଡିନ୍, ବ୍ୟାୟାମ ଓ ପାଠପଢ଼ା କାମରେ ହିଁ ବାହାରକୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଆବଶ୍ୟକ ପଡ଼େ, ତାହେଲେ ଅଫିସ୍ କାମ ଘରୁ କରିବା ପାଇଁ କୁହାଯାଇଛି। ତେବେ ସ୍କୁଲ ଓ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ସୂଚନାଯୋଗ୍ୟ, ୟୁରୋପରେ ପୁଣିଥରେ କରୋନା ମାମଲା ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ୍ କରାଯାଇଛି। ଇଂଲଣ୍ଡରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଥିବାରୁ ପୁଣି ଲକଡାଉନ୍ ପାଇଁ ନିଷ୍ପତ୍ତି ନିଆଯାଇଛି।
The post ମାସିକିଆ ଲକଡାଉନ୍ ଘୋଷଣା, କେଉଁଠି ଜାଣନ୍ତୁ appeared first on Odisha Reporter.
from Odisha Reporter https://ift.tt/3kM5Kvx
No comments:
Post a Comment