କରୋନାରେ ଚାଲିଗଲା ମନ୍ତ୍ରୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 31, 2020

କରୋନାରେ ଚାଲିଗଲା ମନ୍ତ୍ରୀଙ୍କ ଜୀବନ

ଚେନ୍ନାଇ: କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ମନ୍ତ୍ରୀଙ୍କର ଗତକାଲି ରାତିରେ ମୃତ୍ୟୁ ହୋଇଯାଇଛି। ତାଙ୍କ ନାଁ ଆର. ଦୋରାଇକ୍କାନ୍ନୁ। ସେ ତାମିଲନାଡୁର କୃଷି ମନ୍ତ୍ରୀ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।

ଅକ୍ଟୋବର ୧୩ ତାରିଖରେ ଆର. ଦୋରାଇକ୍କାନ୍ନୁ କରୋନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସେହିଦିନ ଠାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସିଟି ସ୍କାନରୁ ତାଙ୍କ ଫୁସ୍‌ଫୁସ୍‌ର ୯୦ ପ୍ରତିଶତ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସେଥିପାଇଁ ତାଙ୍କୁ ଇସିଏମ୍‌ଓ (extracorporeal membrane oxygenation) ଏବଂ ଭେଣ୍ଟିଲେଣ୍ଟରରେ ରଖାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୧୧ଟା ୧୫ ମିନିଟ୍‌ରେ ଆର. ଦୋରାଇକ୍କାନ୍ନୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତା’ପୂର୍ବରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହସ୍‌ପିଟାଲ୍ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଆର. ଦୋରାଇକ୍କାନ୍ନୁଙ୍କ ପରଲୋକରେ ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଇ.କେ ପଲାନିସ୍ୱାମୀ ଦୁଃଖ ପ୍ରକାଶ କରିଛନ୍ତି।

The post କରୋନାରେ ଚାଲିଗଲା ମନ୍ତ୍ରୀଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/37ZNfQM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages