ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ୍ ଆୟରୁ ଅଧିକାଂଶ ବ୍ୟାଙ୍କରେ ସେଭିଙ୍ଗସ ରଖନ୍ତି। ତାଙ୍କ ଆୟର ସୂତ୍ର ପ୍ରଧାନମନ୍ତ୍ରୀ ଭାବରେ ମାସିକ ଦରମା ୨ ଲକ୍ଷ ଟଙ୍କା। ଅକ୍ଟୋବର ୧୨ ତାରିଖରେ ସେ ଜୁନ୍ ୩୦ ଯାଏ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ଘୋଷଣା କରିଛନ୍ତି। ଯେଉଁଥିରୁ ଜଣାପଡ଼ିଛି ତାଙ୍କ ପାଖରେ ୧,୭୫,୬୩,୮୧୮ ଟଙ୍କା ରହିଛି। ଯାହାକି ଫିକ୍ସ ଡିପୋଜିଟ୍ ଆକାରରେ ରହିଛି। ଏବେ ତାଙ୍କ ପକେଟରେ ନଗଦ ୩୧, ୪୫୦ ଟଙ୍କା ରହିଛି। ହେଲେ ପୂର୍ବ ବର୍ଷ ତୁଳନାରେ ଆୟ ୨୬ ପ୍ରତିଶତ ବଢ଼ିଛି।
ଜୁନ୍ ୩୦ ସୁଦ୍ଧା ମୋଦିଙ୍କ ସେଭିଙ୍ଗସ ବ୍ୟାଙ୍କ ଆକାଉଣ୍ଟରେ ୩.୩୮ ଲକ୍ଷ ଟଙ୍କା ଥିଲା। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଗାନ୍ଧିନଗର ଶାଖାରେ ଫିକ୍ସଡ ଡିପୋଜିଟ୍ ଟଙ୍କା ରହିଛି। ଗତ ବର୍ଷ ଏହାର ମୂଲ୍ୟ ୧,୨୭,୮୧,୫୭୪ ଟଙ୍କା ଥିଲା ଯାହା ଜୁନ୍ ୩୦, ୨୦୨୦ ସୁଦ୍ଧା ୧,୬୦,୨୮,୦୩୯କୁ ବୃଦ୍ଧି ପାଇଛି। ସଞ୍ଚିତ ଟଙ୍କାର ସୁଧକୁ ପୁଣି ଥରେ ନିବେଶ କରିଥିବାରୁ ମୋଦିଙ୍କ ଆୟ ଗତ ବର୍ଷ ତୁଳନାରେ ଚଳିତ ଥର ଆୟ ବଢ଼ିଛି।
ସେହିପରି ଜୀବନ ସୁରକ୍ଷା ବୀମା ବଣ୍ଡ ମଧ୍ୟ ସେ କରିଛନ୍ତି। ସେ ଏନଏସସିରେ ଅଧିକ ଟଙ୍କା ବିନିଯୋଗ କରିଛନ୍ତି। ଏବେ ସେହି ବୀମା ପ୍ରିମିୟମର ଦାମ ମଧ୍ୟ କମିଛି। ମୋଦିଙ୍କର ୮,୪୩,୧୨୪ ଏନଏସସି ଅଛି ଏବଂ ବୀମା ପ୍ରିମିୟମ ୧,୫୦,୯୫୭ ଟଙ୍କା ରହିଛି। ଜାନୁଆରୀ ୨୦୧୨ରେ ସେ ୨୦ ହଜାର ଟଙ୍କାର ଏକ ବଣ୍ଡ କିଣିଥିଲେ ଯାହାର ଅବଧି ପୂରଣ ହୋଇନାହିଁ।
ତେବେ ପ୍ରଧାନମନ୍ତ୍ରୀଙ୍କ ସ୍ଥାବର ସମ୍ପତ୍ତିର ବିଶେଷ ପରିବର୍ତ୍ତନ ହୋଇନି। ମୋଦିଙ୍କ ନାମରେ ଗାନ୍ଧିନଗରରେ ଏକ ଘର ଅଛି ଯାହାର ମୂଲ୍ୟ ୧.୧ କୋଟି। ଏହା ମୋଦି ଏବଂ ତାଙ୍କ ପରିବାରର।
ମୋଦିଙ୍କ ନାଁରେ କୌଣସି ଋଣ ନାହିଁ କି କାର୍ ନାହିଁ। ପାଖରେ ମୋଟ୍ ଚାରୋଟି ସୁନା ମୁଦି ଅଛି।
ଗତ ବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ମୋଦି ସତ୍ୟପାଠ ଦାଖଲ କରିଥିଲେ ଯେଉଁଥିରେ ୧.୪୧ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଦେଖାଇଥିଲେ। ସେତେବେଳେ ବ୍ୟାଙ୍କରେ ତାଙ୍କର ୧.୨୭ କୋଟି ଟଙ୍କା ଥିଲା।
ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅଧିକାଂଶ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ସମ୍ପତ୍ତିର ବିବରଣୀ ଦେଇଛନ୍ତି। ରାମଦାସ ଅଠାୱାଲେ, ବାବୁଲ ସୁପ୍ରିଓଙ୍କ ସମେତ କିଛି କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଏପର୍ଯ୍ୟନ୍ତ ଏହି ବିବରଣୀ ସାର୍ବଜନୀନ କରିନାହାନ୍ତି।
ସୂଚନାଯୋଗ୍ୟ, ୨୦୦୪ରେ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପତ୍ତିର ବିବରଣୀ ପ୍ରଦାନ କରିବାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସାଂସଦମାନଙ୍କୁ ମଧ୍ୟ ପ୍ରତିବର୍ଷ ସେମାନଙ୍କ ପରିବାରର ଆୟ ବିବରଣୀ ଦେବାକୁ ପଡିବ। ୨୦୧୩ଠାରୁ, ଲୋକପାଳ ଏବଂ ଲୋକାୟୁକ୍ତ ଆଇନ, ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବାର୍ଷିକ ଆୟ ସୂଚନା ସାର୍ବଜନୀନ କରିବା ବାଧ୍ୟତାମୂଳକ ରହିଛି।
The post ଗତ ବର୍ଷ ତୁଳନାରେ ମୋଦିଙ୍କ ଆୟ ୨୬ ପ୍ରତିଶତ ବଢ଼ିଛି appeared first on Odisha Reporter.
from Odisha Reporter https://ift.tt/376xZB2
No comments:
Post a Comment