‘ଲଭ୍ ଜିହାଦ୍’ ଚିତ୍କାର କରୁଥିବା ଲୋକଙ୍କୁ ଏଭଳି ପରାମର୍ଶ ଦେଲେ ଜିଶାନ ଆୟୁବଙ୍କ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 15, 2020

‘ଲଭ୍ ଜିହାଦ୍’ ଚିତ୍କାର କରୁଥିବା ଲୋକଙ୍କୁ ଏଭଳି ପରାମର୍ଶ ଦେଲେ ଜିଶାନ ଆୟୁବଙ୍କ ପତ୍ନୀ

ନୂଆଦିଲ୍ଲୀ: ତନିଷ୍କ ଜୁଏଲର୍ସ ବିଜ୍ଞାପନକୁ ନେଇ ଚାଲିଥିବା ବିବାଦକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହେଉଛନ୍ତି। ବିଜ୍ଞାପନର କଥାବସ୍ତୁ ‘ଲଭ୍ ଜିହାଦ’କୁ ପ୍ରୋତ୍ସାହନ କରୁଥିବା ଅଭିଯୋଗ ଜେର୍ ଧରିବାରୁ କମ୍ପାନୀ ବିଜ୍ଞାପନକୁ ହଟାଇବାକୁ ବାଧ୍ୟ ହୋଇଥିଲା। ସେପଟେ ବଲିଉଡ ତାରକାମାନେ ମଧ୍ୟ ତନିଷ୍କ ସମର୍ଥନରେ ଆସି ଟ୍ରୋଲରମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ଏହି କ୍ରମରେ ବଲିଉଡର ଲୋକପ୍ରିୟ ଅଭିନେତା ଜିଶାନ ଅୟୁବଙ୍କ ପତ୍ନୀ ତଥା ନିର୍ଦ୍ଦେଶିକା ରସିକା ଆଗାଶେ ଏକ ଟ୍ୱିଟ୍ କରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି।

ସୋଶାଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ରସିକାଙ୍କ ସୋଶାଲ ମିଡିଆ ପୋଷ୍ଟ। ସେ ଏକ ଫଟୋ ଶେୟାର କରି ଲୋକଙ୍କୁ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ ସମ୍ପର୍କରେ ପଢ଼ିବାକୁ ପରାମର୍ଶ ଦେଇଛନ୍ତି।

ରସିକା ପେସାରେ ଜଣେ ଫିଲ୍ମ ନିର୍ଦ୍ଦେଶିକା ତଥା ଲୋକପ୍ରିୟ ଅଭିନେତା ମୋହମ୍ମଦ ଜିଶାନ ଅୟୁବଙ୍କ ପତ୍ନୀ। ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରି ଲେଖଛନ୍ତି, ‘ମୋ ସାଦ ଖିଆ। ଭାବିଲି ଶେୟାର କରିଦେବି… ଆଉ ଲଭ୍ ଜିହାଦକୁ ନେଇ କାନ୍ଦିବା ପୂର୍ବରୁ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ବିଷୟରେ ପଢ଼ିନେବା।’

ରସିକାଙ୍କ ଟ୍ୱିଟରେ ଲୋକ ନିଜର ଖୁବ୍ ପ୍ରତିକ୍ରିୟା ରଖୁଛନ୍ତି। ସୂଚନା ଥାଉ କି, ତନିଷ୍କର ଏକ ବିଜ୍ଞାପନକୁ ନେଇ ନିକଟରେ ସୋଶାଲ ମିଡିଆରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ତନିଷ୍କରେ ହିନ୍ଦୁ ଧର୍ମର ବୋହୁଙ୍କ ସାଦ ଖିଆ ପରମ୍ପରା ମୁସଲମାନ ଧର୍ମାବଲମ୍ବୀ ଶାଶୁ ପାଳନ କରୁଥିବା ପ୍ରଦର୍ଶିତ କରାଯାଇଥିଲା। ଏକତ୍ୱମ୍ ଥିମକୁ ନେଇ ତନିଷ୍କ ନିଜ ବିଜ୍ଞାପନ ପ୍ରସ୍ତୁତ କରିଥିଲା। ଏହାକୁ ନେଇ ହିନ୍ଦୁ ଧର୍ମ ବିଶ୍ୱାସୀଙ୍କୁ ଆଘାତ ଲାଗିବାରୁ ଲୋକେ ଆକ୍ରୋଶ ବ୍ୟକ୍ତ କରିଥିଲେ। ତୀବ୍ର ସମାଲୋଚନାର ଶିକାର ହେବା ପରେ କମ୍ପାନୀ ବିବାଦୀୟ ବିଜ୍ଞାପନଟିକୁ ହଟାଇଦେଇଛି।

The post ‘ଲଭ୍ ଜିହାଦ୍’ ଚିତ୍କାର କରୁଥିବା ଲୋକଙ୍କୁ ଏଭଳି ପରାମର୍ଶ ଦେଲେ ଜିଶାନ ଆୟୁବଙ୍କ ପତ୍ନୀ appeared first on Odisha Reporter.



from Odisha Reporter https://ift.tt/3iXQIAX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages