‘ଦରକାର ବେଳେ ନେଲେ, ଏବେ ବିନା ନୋଟିସ୍‌ରେ ବିଦା କଲେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 2, 2020

‘ଦରକାର ବେଳେ ନେଲେ, ଏବେ ବିନା ନୋଟିସ୍‌ରେ ବିଦା କଲେ’

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): “ଦରକାର ବେଳେ ନେଲେ, ଏବେ ବିନା ନୋଟିସ୍‌ରେ ବିଦା କରିଦେଲେ ।” ଏଭଳି ଅଭିଯୋଗ କରି ଗଞ୍ଜାମରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ୱାସ୍ଥ୍ୟ କର୍ମୀ ।

କରୋନା ବେଳେ ଜୀବନକୁ ବାଜି ଲଗାଇ କାମ କରିଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ସରକାର ବହିଷ୍କାର କରିବା ପରେ ଏନ୍ଏମ୍, ଜିଏନ୍ଏମ ଓ ଫାର୍ମାସିଷ୍ଟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ଶତାଧିକ ସ୍ୱାସ୍ଥ୍ୟ କର୍ମୀ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ରାତିରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି।

ଆନ୍ଦୋଳନକାରୀମାନେ କରିଥିବା ଅଭିଯୋଗ ଅନୁଯାୟୀ, “ଗଞ୍ଜାମ ଜିଲ୍ଲାରେ କରୋନା ଭଳି ଭୟଙ୍କର ପରିସ୍ଥିତିରେ ଜୀବନକୁ ବାଜି ଲଗାଇ ଦିନ ରାତି ଏକ କରି କାମ କଲୁ । ଆମମାନଙ୍କ ମଧ୍ୟରୁ ଅନେକ କରୋନାର ଶିକାର ହୋଇ ଜୀବନ ମଧ୍ୟ ହାରିଲେ। ଆଜି ଯେତେବେଳେ କରୋନାର କୋପ  ଟିକେ  ନିୟନ୍ତ୍ରଣକୁ ଆସିଲା,  ଆମ ଜୀବନ ଜୀବିକା କଥା ସରକାର ତିଳେ ହେଲେ ବିଚାର ନକରି ବିନା କୌଣସି ନୋଟିସରେ କାର୍ଯ୍ୟରୁ ବହିଷ୍କୃତ କରିଦେଲେ।”

ଏଥିସହ ସେମାନେ କହିଛନ୍ତି, ୩ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଆମ ସହ ଚୁକ୍ତି ହୋଇଥିଲା।  ତାହା ପୂର୍ବରୁ କିପରି ବହିଷ୍କୃତ କରାଗଲା। ଏହାଦ୍ୱାରା ଆମେ ଆର୍ଥିକ ମାନସିକ କ୍ଷେତ୍ରରେ ଚାପଗ୍ରସ୍ତ ହୋଇପଡିଛୁ । ଅନ୍ୟ ଜିଲ୍ଲାରେ ପୁନର୍ବାର ଯେତେବେଳେ  ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ଆମ  ଜିଲ୍ଲାପାଳ ଏହା ଉପରେ ସଂପୂର୍ଣ୍ଣ ନୀରବ । ଆମ ଆନ୍ଦୋଳନର ବିଭିନ୍ନ ସମୟରେ ଖାଲି ଆଲୋଚନା କରି  ପ୍ରତିଶ୍ରୁତି ଦେଇ ଆମକୁ ପଠାଇ ଦେଉଛନ୍ତି। ଜିଲ୍ଲାପାଳ ଚୂଡ଼ାନ୍ତ ନିଷ୍ପତ୍ତି ନନେବା ଯାଏଁ ଧାରଣା ଜାରି ରହିବ ବୋଲି  ଚେତାବନୀ ଦେଇଛନ୍ତି ଜିଲ୍ଲାର ବିଭିନ୍ନ ଜାଗାରୁ ଆସିଥିବା ଏନଏମ୍, ଜିଏନଏମ୍, ଫାର୍ମାସିଷ୍ଟ  ସ୍ୱାସ୍ଥ୍ୟକର୍ମୀ

 

The post ‘ଦରକାର ବେଳେ ନେଲେ, ଏବେ ବିନା ନୋଟିସ୍‌ରେ ବିଦା କଲେ’ appeared first on Odisha Reporter.



from Odisha Reporter https://ift.tt/36oXz3S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages