ଗାନ୍ଧୀ ଜୟନ୍ତୀ ଅବସରରେ ମୋଦି ସରକାର ଉପରେ ବର୍ଷିଲେ ସୋନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 2, 2020

ଗାନ୍ଧୀ ଜୟନ୍ତୀ ଅବସରରେ ମୋଦି ସରକାର ଉପରେ ବର୍ଷିଲେ ସୋନିଆ

ନୂଆଦିଲ୍ଲୀ: ଆଜି ସାରା ଦେଶ ବାପୁଜୀ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳୁ ରାଜଘାଟ ଯାଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଏବଂ ବିଜୟଘାଟ ଯାଇ ଶାସ୍ତ୍ରିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଆଜି ଏହି ଦୁଇ ମହାପୁରୁଷଙ୍କୁ ସ୍ମରଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଗାନ୍ଧୀ ଜୟନ୍ତୀଙ୍କ ଅବସରରେ ନୂତନ କୃଷି ବିଲ୍ ପ୍ରସଙ୍ଗ ଉଠାଇ ସୋନିଆ କହିଛନ୍ତି ଯେ, ଆଜି ଦେଶର କୃଷକ ଏବଂ ଶ୍ରମିକମାନେ କୃଷି ବିରୋଧୀ ତିନୋଟି କଳା ଆଇନ ବିରୋଧରେ ରାସ୍ତାରେ ପ୍ରଦର୍ଶନ କରୁଛନ୍ତି। ନିଜର ରକ୍ତ, ଝାଳ ବୁହାଇ ଦେଶ ପାଇଁ ଶସ୍ଯ ଉତ୍ପାଦନ କରୁଥିବା ଅନ୍ନଦାତା କୃଷକମାନଙ୍କୁ ମୋଦି ସରକାର କନ୍ଦାଉଛନ୍ତି। କରୋନା ମହାମାରୀ କାଳରେ ସମସ୍ତେ ସରକାରଙ୍କୁ ଦାବି କରିଥିଲେ ଯେ, ଗରିବମାନଙ୍କୁ ମାଗଣା ଶସ୍ୟ ଯୋଗାଇଦିଆଯାଉ। ତେବେ କୋଟି କୋଟି ଲୋକଙ୍କୁ ଦୁଇ ବେଳା ଖାଦ୍ୟ ପାଇଁ ଶସ୍ୟ ଯୋଗାଇବା ଆମ କୃଷକ ଭାଇମାନଙ୍କ ବିନା ଏହା କଣ ସମ୍ଭବ ହୋଇପାରିଥାନ୍ତା ବୋଲି ସୋନିଆ କହିଛନ୍ତି।

ସେ ପୁଣି କହିଛନ୍ତି, ଆଜି ଦେଶର ପ୍ରଧାନମନ୍ତ୍ରୀ ଆମ ଅନ୍ନଦାତାଙ୍କ ଉପରେ ଘୋର ଅନ୍ୟାୟ କରୁଛନ୍ତି। ତାଙ୍କ ସହ ପକ୍ଷପାତିତା କରୁଛନ୍ତି। କୃଷକଙ୍କ ପରାମର୍ଶ, ମତ ନ ନେଇ ତାଙ୍କ ପାଇଁ ଆଇନ ଆଣିଲେ। ସେମାନଙ୍କ ସହ କଥା ମଧ୍ୟ ହେଲେନାହିଁ। କୃଷକଙ୍କ ହିତକୁ ଅଣଦେଖା କରି କେବଳ ହାତଗଣତି ବନ୍ଧୁଙ୍କ ସହ ଆଲୋଚନା କରି ତିନୋଟି କଳା ଆଇନ୍ ବନେଇଦେଲେ। ଯେତେବେଳେ ସଂସଦରେ ମଧ୍ୟ ଆଇନ୍ ଆଣିବା ବେଳେ କୃଷକଙ୍କ ସ୍ୱର ଶୁଣାଗଲା ନାହିଁ। ଶେଷରେ ନିଜ ପକ୍ଷ ରଖିବାକୁ ଶାନ୍ତିପୂର୍ଣ୍ଣ ଭାବରେ ରଖିବାକୁ ଗାନ୍ଧିଜୀଙ୍କ ପଥକୁ ଆପଣାଇ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଲେ। ଗଣତନ୍ତ୍ର ବିରୋଧୀ, ଜନ ବିରୋଧୀ ସରକାର କୃଷକଙ୍କ କଥା ଶୁଣିବା ତ ଦୂର କଥା ଓଲଟା ସେମାନଙ୍କୁ ଲାଠିଚାର୍ଜ କରିଛି ବୋଲି ସୋନିଆ ଗାନ୍ଧି କହିଛନ୍ତି।

ତିନୋଟି କଳା ଆଇନ୍ ବିରୁଦ୍ଧରେ କଂଗ୍ରେସ ପାର୍ଟି ବିରୋଧ ପ୍ରଦର୍ଶନ କରୁଛି ଏବଂ ଆଗକୁ ମଧ୍ୟ କରିବ ବୋଲି ସେ କହିଛନ୍ତି। ଏହି କ୍ରମରେ କଂଗ୍ରେସ କାର୍ଯ୍ୟକର୍ତ୍ତା ପ୍ରତ୍ୟେକ ବିଧାନସଭା କ୍ଷେତ୍ର ଏବଂ ଜିଲ୍ଲାରେ କୃଷକଙ୍କ ସପକ୍ଷରେ ବିରୋଧ ପ୍ରଦର୍ଶନ କରୁଛନ୍ତି ବୋଲି ସୋନିଆ କହିଛନ୍ତି। କୃଷକ ଓ କଂଗ୍ରେସର ଏହି ଆନ୍ଦୋଳନ ସଫଳ ହେବ ଏବଂ କୃଷକ ନିଶ୍ଚୟ ବିଜୟୀ ହେବେ ବୋଲି ସେ ଦୃଢ଼ୋକ୍ତି ଦେଇଛନ୍ତି।

The post ଗାନ୍ଧୀ ଜୟନ୍ତୀ ଅବସରରେ ମୋଦି ସରକାର ଉପରେ ବର୍ଷିଲେ ସୋନିଆ appeared first on Odisha Reporter.



from Odisha Reporter https://ift.tt/3l6eQCZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages