ଓ୍ୱାଶିଂଟନ: ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ ଆମେରିକାର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀ। ଭାରତ ଗସ୍ତରେ ଆସିବା ପୂର୍ବରୁ ଭାରତ ପ୍ରତି ଚାଇନାର ବିପଦକୁ ମୁଖ୍ୟ ମୁଦ୍ଦା କରିଛନ୍ତି ଟ୍ରମ୍ପ ସରକାର। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଆସପର୍ ମଙ୍ଗଳବାର କହିଛନ୍ତି ଯେ ସେ ଏବଂ ଆମେରିକାର ବୈଦେଶିକ ସଚିବ ତଥା ମନ୍ତ୍ରୀ ମାଇକ୍ ପୋମ୍ପିଓ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ। ଆସପର କହିଛନ୍ତି ଯେ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶକୁ ପ୍ରତିଦିନ ସୀମାରେ ଚୀନର ଆକ୍ରୋଶର ସମ୍ମୁଖୀନ ହେଉଛି।
ଭାରତ ଏବଂ ଆମେରିକା ମଧ୍ୟରେ ଆସନ୍ତା ସପ୍ତାହରେ ତୃତୀୟ ଥର ପାଇଁ ଦ୍ୱିପାକ୍ଷିକ ବୈଠକ ହେବାକୁ ଯାଉଛି। ଏହି ସମୟରେ ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବଳ ପୂର୍ବକ ହସ୍ତକ୍ଷେପ ଉପରେ ଆଲୋଚନା ହୋଇପାରେ। ଲଦାଖରେ ଚାଇନା ସହ ଭାରତର ତିକ୍ତତା ବଢ଼ୁଥିବା ବେଳେ ଆମେରିକାର ଦୁଇ ପ୍ରମୁଖ ନେତାଙ୍କ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ ହେବ ବୋଲି କୁହାଯାଉଛି। ଏମିତିକି ଦୁଇ ଦେଶ ମଧ୍ୟରେ ଗୁପ୍ତଚର ତଥ୍ୟ ଆଦାନ ପ୍ରଦାନ ନେଇ ଆଲୋଚନା ହୋଇପାରେ। ବିଶ୍ୱରେ ନୂଆ ଶକ୍ତି ନେଟୱର୍କ ତିଆରି ପାଇଁ ଋଷିଆ ଏବଂ ଚୀନ୍ ଉଦ୍ୟମ କରୁଛନ୍ତି। ଏହାକୁ କାଉଣ୍ଟର ପାଇଁ ଆମେରିକା ନେଇଥିବା ପଦକ୍ଷେପର ଏହା ନୂଆ ଅଂଶ।
ଆମେରିକାର ମନ୍ତ୍ରୀମାନଙ୍କର ଏହି ଗସ୍ତ ଏକ ସମୟରେ ଘଟିଛି ଯେତେବେଳେ ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତ ପରିସ୍ଥିତି ଦେଖାଦେଇଛି। ଚାପ କମାଇବା ପାଇଁ ଆଲୋଚନା କରାଯାଉଛି। ଏସପର୍ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଦେଶ, ଯାହାକୁ ହିମାଳୟ ଉପରେ ଚୀନର ଆକ୍ରମଣାତ୍ମକ ମନୋଭାବର ସମ୍ମୁଖୀନ ହେବାକୁ ପଡ଼ିବ।
ଅନ୍ୟପଟେ ଆସନ୍ତା ମାସରେ ଭାରତ, ଆମେରିକା ଏବଂ ଜାପାନ ମଧ୍ୟରେ ଏହି ସାମରିକ ଅଭ୍ୟାସ ଅନୁଷ୍ଠିତ ହେବ। ଗତ ବର୍ଷ ନଭେମ୍ବରରେ ଆମେରିକା ଭାରତ ସହିତ ପ୍ରଥମ ଦ୍ୱିପାକ୍ଷିକ ବାୟୁ, ସ୍ଥଳ ଏବଂ ସମୁଦ୍ର ସାମରିକ ଡ୍ରିଲ ଶେଷ କରିଥିଲା। ଆସପର କହିଛନ୍ତି ଯେ ଚୀନ୍ର ଆହ୍ୱାନ ଏବଂ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ଉପରେ ଏହି ସମୟରେ ଆଲୋଚନା ହେବ।
ନିକଟରେ ଜାପାନ ଗସ୍ତରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଯାଇଥିଲେ। ଏହି କ୍ୱାଡ ବୈଠକରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓଙ୍କ ସହ ଜୟଶଙ୍କରଙ୍କର ଭେଟଘାଟ ହୋଇଥିଲା।
The post ଭାରତ ଗସ୍ତରେ ଆସିବେ ଟ୍ରମ୍ପଙ୍କ ଦୁଇ ପ୍ରମୁଖ ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3dLxf5C
No comments:
Post a Comment