ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ବିଶ୍ୱର ସବୁଠାରୁ ସୁରକ୍ଷିତ ବିମାନ ବନ୍ଦର ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସିଙ୍ଗାପୁରର ଚାଙ୍ଗି ବିମାନ ବନ୍ଦର ଏକ ନମ୍ବରରେ ରହିଛି। ସୁରକ୍ଷିତ ଯାତ୍ରା ବାରୋମିଟର’ରେ ଦିଲ୍ଲୀ ବିମାନବନ୍ଦର ୪.୬ ସ୍କୋର କରିଛି, ଯାହା କରୋନା ସଙ୍କଟ ସମୟରେ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରୋଟୋକଲକୁ ଆଧାର କରି ପଏଣ୍ଟ ପାଇଛି।
ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦର ୪.୭ ସ୍କୋର କରିଛି। ଏହାର ଅର୍ଥ ହେଉଛି ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରୋଟୋକଲ ଦୃଷ୍ଟିରୁ ସିଙ୍ଗାପୁର ଓ ଦିଲ୍ଲୀ ପାଖାପାଖି ସମାନ। ବିମାନ ବନ୍ଦରରରେ ଆବଶ୍ୟକ ପଦକ୍ଷପେ ନିଆଯାଇଛି ବୋଲି ଜଣାପଡ଼ିଛି। ଦିଲ୍ଲୀର ଏହି ବିମାନ ବନ୍ଦର ଦିଲ୍ଲୀ ଇଣ୍ଟରନେଶନାଲ ଏୟାରପୋର୍ଟ ଲିମିଟେଡ୍ (DIAL) ଦ୍ୱାରା ପରିଚାଳିତ। ଘରୋଇ କମ୍ପାନୀ ଜିଏମଆରର ଏହି ବିମାନ ବନ୍ଦରକୁ ନିଲାମୀରେ ନେଇଛି।
ଏହାବାଦ୍ ଫ୍ରାଙ୍କଫୋର୍ଟ୍ ବିମାନବନ୍ଦର ଏବଂ ଚେଙ୍ଗଡୁ ଶୁଆଙ୍ଗଲି ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ମିଳିତ ଭାବରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଉଭୟ ୫ ରୁ ୪.୬ ସ୍କୋର କରିଛନ୍ତି। ୨୦୦ରୁ ଅଧିକ ବିମାନବନ୍ଦରକୁ ନେଇ ଏହି ସର୍ଭ ହୋଇଥିବା ଜଣାପଡ଼ିଛି।
ସେଫ୍ ଟ୍ରାଭେଲ୍ ବାରୋମିଟର ନାମକ ଏକ କମ୍ପାନୀ କରୋନା ସମୟରେ ଦୁନିଆର ଦୁଇଶହରୁ ଅଧିକ ବିମାନବନ୍ଦରକୁ ନେଇ ଏହି ସର୍ଭେ କରିଛି।
The post କରୋନା ବେଳେ ଦିଲ୍ଲୀ ବିଶ୍ୱରେ ଦ୍ୱିତୀୟ ସୁରକ୍ଷିତ ବିମାନ ବନ୍ଦର appeared first on Odisha Reporter.
from Odisha Reporter https://ift.tt/35QMpCZ
No comments:
Post a Comment