‘ନିଷ୍ପତ୍ତି ହୋଇନି, ମନ୍ଦିର ଖୋଲିବା ପୂର୍ବରୁ ଆଲୋଚନା କରିବୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 31, 2020

‘ନିଷ୍ପତ୍ତି ହୋଇନି, ମନ୍ଦିର ଖୋଲିବା ପୂର୍ବରୁ ଆଲୋଚନା କରିବୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧର୍ମାନୁଷ୍ଠାନ ଖୋଲିବା ଦାବି ଜୋର ଧରିବା ପରେ ରାଜ୍ୟ ସରକାର ଅନ୍‌ଲକ୍‌-୬ରେ ଏନେଇ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ସରକାର ଧର୍ମାନୁଷ୍ଠାନ ଖୋଲିବା ସଂପର୍କିତ ସବୁ ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ଉପରେ ଛାଡ଼ିଛନ୍ତି। ଏହିକ୍ରମରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି-“ ବିଏମ୍‌ସି ଅଞ୍ଚଳରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇନି। ମନ୍ଦିର ଖୋଲିବା ପୂର୍ବରୁ ଆମେ ଲୋକଙ୍କ ମତାମତ ନେବୁ। ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ବସି ଆଲୋଚନା ମଧ୍ୟ କରିବୁ। ଏହା ସହିତ ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ନେବୁ।”

ସେ ଆହୁରି କହିଛନ୍ତି, ବିଏମ୍‌ସିରେ ଦୈନିକ ସଂକ୍ରମଣ କମିଛି। ପାଖାପାଖି ୧୦୦ ରହୁଛି। ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ।

ସୂଚନାରୁ ପ୍ରକାଶ, ମହାମାରୀ କରୋନା ଭୁବନେଶ୍ୱରରେ ଉଗ୍ରରୂପ ଧାରଣ କରିଥିଲା। ପ୍ରତଦିନ ଶହଶହ ଲୋକ ଆକ୍ରାନ୍ତ ହେଉଥିଲେ। ଯାହାକୁ ନେଇ ବିଏମ୍‌ସି ଅଡୁଆରେ ପଡ଼ି ଯାଇଥିଲା। ବିଏମ୍‌ସି ସମୟୋଚିତ ପଦକ୍ଷେପ ଯୋଗୁଁ କରୋନାକୁ ବହୁ ମାତ୍ରାରେ ଆୟତ୍ତ କରାଯାଇପାରିଛି। ଏବେ କରୋନା ରୋଗୀଙ୍କ ସଂଖ୍ୟା ୧୦୦ ଭିତରେ ରହୁଛି। ହେଲେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଲା ପରି ଲାଗୁନି। ଆଜି ଭୁବନେଶ୍ୱରରୁ ୪ ଜଣଙ୍କ ଜୀବନ ନେଇଛି କରୋନା।

The post ‘ନିଷ୍ପତ୍ତି ହୋଇନି, ମନ୍ଦିର ଖୋଲିବା ପୂର୍ବରୁ ଆଲୋଚନା କରିବୁ’ appeared first on Odisha Reporter.



from Odisha Reporter https://ift.tt/3oIUEtx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages