ନେତା ଶୁଣୁ ନାହାନ୍ତି ଅଭିଯୋଗ, ଭୋଟ ବର୍ଜନ ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 23, 2020

ନେତା ଶୁଣୁ ନାହାନ୍ତି ଅଭିଯୋଗ, ଭୋଟ ବର୍ଜନ ଚେତାବନୀ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ନିର୍ବାଚନ ଆସିଲେ ନେତାଙ୍କ ଦେଖା ମିଳେ। ମାଳ ମାଳ ପ୍ରତିଶ୍ରୁତି ସହ ସବୁ ସମସ୍ୟା ସମାଧାନର ପ୍ରତିଶ୍ରୁତି ବି ଦିଅନ୍ତି । ହେଲେ ନିର୍ବାଚନ ସରିବା ପରେ ନେତା ତାଙ୍କ ବାଟରେ, ପ୍ରତିଶ୍ରୁତି କଥା ତାଙ୍କର ମନେ ମଧ୍ୟ ପଡ଼େ ନାହିଁ। ଏପରି ବାରମ୍ବାର ପ୍ରତାରଣାର ଶିକାର ହେବା ପରେ କ୍ଷୁବ୍ଧ ଅଛନ୍ତି ତିର୍ତ୍ତୋଲ ବ୍ଲକର ଗୋପାଳପୁର, ବିରିତୋଳ, କଟରା ପଞ୍ଚାୟତବାସୀ। ଏଥିପାଇଁ ୩ଟି ଗାଁର ଲୋକେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଗାଁଲୋକଙ୍କ ଅଭିଯୋଗ ଅନୁସାରେ,ତିର୍ତ୍ତୋଲ ବ୍ଲକର ଗୋପାଳପୁର, ବିରିତୋଳ, କଟରା ଗାଁକୁ ଏକ ବନ୍ଧ ରାସ୍ତା ସଂଯୋଗ କରୁଛି। ୩୦ ବର୍ଷ ହେଲାଣି ଗାଁର ରାସ୍ତା ଖାଲଖମା ହୋଇ ପଡ଼ିରହିଛି। ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଡ଼ ବଡ଼ ଗାତ ହୋଇଥିବା ଯୋଗୁ ଏ ରାସ୍ତାରେ ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ବିଶେଷ କରି ସ୍କୁଲ୍ ପିଲାମାନେ ଭାରି ହଇରାଣ ହେଉଛନ୍ତି।
। ଗାଁର ରାସ୍ତା ମରାମତି ପାଇଁ ଲୋକେ ବିଡିଓ, ଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ମିଳି ନଥିଲା। ରାସ୍ତା ମରାମତି ହେଉନଥିବାରୁ ଏଥର ଗାଁ ଲୋକେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏନେଇ ବିଭାଗୀୟ ଅଧିକାରୀଙ୍କ ମତାମତ ମିଳିପାରି  ନ ଥିବା ବେଳେ ଜଣେ ଗ୍ରାମବାସୀ କହିଛନ୍ତି, କେନାଲ ବନ୍ଧର ଅବସ୍ଥା ଏମିତି ଖରାପ ଯେ, ଖାଲି ପାଦରେ ବି ଚାଲି ଯାଇ ହେଉନି। ରୋଗୀକୁ ନେବା ଦୂରର କଥା। ବହୁ ଅଭିଯୋଗ ପରେ ବି କେହି ଶୁଣୁ ନାହାନ୍ତି। ତେଣୁ ପ୍ରତିବାଦ ଜଣାଇବାକୁ ଆମେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛୁ।

The post ନେତା ଶୁଣୁ ନାହାନ୍ତି ଅଭିଯୋଗ, ଭୋଟ ବର୍ଜନ ଚେତାବନୀ appeared first on Odisha Reporter.



from Odisha Reporter https://ift.tt/31BJtJj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages