ଅଜୟଙ୍କୁ ନେଇ ହେଉଥିବା ଆଲୋଚନା ମିଛ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 23, 2020

ଅଜୟଙ୍କୁ ନେଇ ହେଉଥିବା ଆଲୋଚନା ମିଛ!

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’ ପାଇଁ ଅଜୟ ଦେବଗନଙ୍କୁ ଅଫର୍ ମିଳିଥିଲା। ହେଲେ ସେ ଏଥିରେ କାମ କରିବାକୁ ମନା କରି ଦେଇଥିଲେ। କାରଣ ତାଙ୍କୁ ଏଥିରେ ରାବଣ ଭୂମିକାରେ ଅଭିନୟ କରିବାକୁ ଅଫର୍ କରାଯାଇଥିଲା। ତେବେ ସେ ରାବଣ ନୁହେଁ ରାମ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ। ସେଥିପାଇଁ ଏହି ଅଫର୍‌କୁ ଗ୍ରହଣ କରି ନଥିଲେ। ଏମିତି କିଛି ଖବର ଅଜୟ ଦେବଗନଙ୍କୁ ନେଇ ପ୍ରସାରିତ ହୋଇଛି। ତେବେ ଅଜୟଙ୍କ ମୁଖପାତ୍ର ଏହି ଖବରକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, ଅଜୟଙ୍କୁ ରାବଣ ଭୂମିକାରେ ଅଭିନୟ କରିବାକୁ ଅଫର୍ ମିଳି ନଥିଲା। ଏହି ଫିଲ୍ମରେ କୌଣସି ପ୍ରକାର ରୋଲ୍‌ରେ ଅଭିନୟ କରିବାକୁ ନିର୍ମାତା ତାଙ୍କୁ ଅଫର୍ ଦେଇ ନାହାନ୍ତି।

ସୂଚନାଯୋଗ୍ୟ, ଏମିତି ବି ଖବର ଆସିଥିଲା ଯେ ଅଜୟ ‘ଆଦିପୁରୁଷ’ରେ ଶିବଙ୍କ ଭୂମିକାରେ ଅଭିନୟ କରିବେ।

‘ଆଦିପୁରୁଷ’ ହେଉଛି ଓମ୍ ରାଉତଙ୍କ ଫିଲ୍ମ। ‘ରାମାୟଣ’ ଆଧାରରେ ଏହି ଫିଲ୍ମ ହେଉଛି ବୋଲି ଜଣାପଡ଼ିଛି। ପ୍ରଭାସ ଏହି ଫିଲ୍ମରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବେ। ସୈଫ ଅଲୀ ଖାନ୍ ‘ରାବଣ’ ଭୂମିକାରେ ଅଭିନୟ କରିବେ।

The post ଅଜୟଙ୍କୁ ନେଇ ହେଉଥିବା ଆଲୋଚନା ମିଛ! appeared first on Odisha Reporter.



from Odisha Reporter https://ift.tt/3muLQWv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages