ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ଷମତା ନଥାଇ କର୍ତ୍ତୃତ୍ୱ ଜାହିର୍ କରିଛି ବିଏମସି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହା କହିଛନ୍ତି। ତାଙ୍କ ପଳାଶପଲ୍ଲୀ ଅଫିସକୁ ବିଏମସି ସିଲ୍ କରିବା ବେଆଇନ୍। ଏ ନେଇ ବିଏମସି କମିଶନରଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ତାଙ୍କୁ କହିବାର ସୁଯୋଗ ନଦିଆଯାଇ କାର୍ଯ୍ୟାଳୟ ସିଲ୍ କରାଯାଇଛି। ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ବିଏମସି ପଦକ୍ଷେପ ନେଇଛି। ତାଙ୍କ ଜନ୍ମଦିନ ଘଟଣା ଦିନ ଉପସ୍ଥିତ ତାଙ୍କର କୌଣସି ସମର୍ଥକ କିମ୍ବା ସେ ନିଜେ କୋଭିଡରେ ଆକ୍ରାନ୍ତ ହୋଇ ନାହାନ୍ତି ବୋଲି ଅପରାଜିତା କହିଛନ୍ତି। ଏଭଳି ସ୍ଥିତିରେ ପୂରା ଅଫିସକୁ ସିଲ୍ କରିବା ଉଚିତ୍ ନଥିଲା ବୋଲି ସେ କହିଛନ୍ତି। ଏମିତିକି ଆଗାମୀ ଦିନରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ବୋଲି ଅପରାଜିତା କହିଛନ୍ତି।
ସୂଚନାଯୋଗ୍ୟ, ଅକ୍ଟୋବର ୧୦ ତାରିଖ ଦିନ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟ ସିଲ୍ କରାଯାଇଛି। ଏହାକୁ ୧୫ ଦିନ ପାଇଁ ବନ୍ଦ କରିବାକୁ ଭୁବନେଶ୍ୱର ମହାନଗର ନିଗମ ନୋଟିସ ଦେଇଛି।
କୋଭିଡ୍ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭୁବନେଶ୍ୱର କାର୍ଯ୍ୟାଳୟରେ ବିଏମସିର ଟିମ୍ ପହଞ୍ଚି ତନାଘନା କରିଥିଲେ। ଏହାପରେ ୧୫ ଦିନ ପାଇଁ ଉକ୍ତ ଅଫିସ୍ ସିଲ୍ ହେଲା ବିଏମ୍ସି ପକ୍ଷରୁ ନୋଟିସ ଜାରି କରାଯାଇଛି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟ ସିଲ୍ କରାଯାଇଛି। ଏହାକୁ ୧୫ ଦିନ ପାଇଁ ବନ୍ଦ କରିବାକୁ ଭୁବନେଶ୍ୱର ମହାନଗର ନିଗମ ନୋଟିସ ଦେଇଛି।
ଗତ ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ଼ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ସାଂସଦ ନିଜେ କିମ୍ବା ଅନ୍ୟ ମହିଳାମାନେ ମାସ୍କ ପିନ୍ଧିନଥିଲେ ଏବଂ ସାମାଜିକ ଦୂରତା ମାନିନଥିବା ଅଭିଯୋଗ ହୋଇଥିଲା। ଏନେଇ କେନ୍ଦ୍ରକୁ ଫେରାଦ ହୋଇଥିଲା ରାଜ୍। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ତାଗିଦ ପାଇଁ ଦାବି କରିଥିଲେ।
ବିଏମସି ପକ୍ଷରୁ ଓଡିଶା କୋଭିଡ-୧୯ ରେଜୁଲେସନ ୨୦୨୦ ଅନୁସାରେ ଦଫା ୪-ଏ, ୪-ସି ଓ ୪-ଡି ଲଗାଯାଇଛି। ଅର୍ଥାତ ମାସ୍କ ନପିନ୍ଧିବା, କଟକଣା ସତ୍ତେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଲୋକ ଏକାଠୀ ହେବା ଏବଂ ଶାରୀରିକ ଦୂରତା ଅବଲମ୍ବନକୁ ଅବହେଳା କରିବା ଅଭିଯୋଗରେ ବିଏମସି ଏୟାରପୋର୍ଟ ପୁଲିସ୍କୁ ତାଙ୍କ କାର୍ଯାଳୟ ୧୫ ଦିନ ପାଇଁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛି।
The post ‘ଅଫିସ ସିଲ୍ କରିବାର ଅଧିକାର ବିଏମସିକୁ କିଏ ଦେଲା?’ appeared first on Odisha Reporter.
from Odisha Reporter https://ift.tt/3lS6qzy
No comments:
Post a Comment