ପୂର୍ବତନ ସାଂସଦଙ୍କ ପୁଅ ଦୁର୍ଘଟଣାରେ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 16, 2020

ପୂର୍ବତନ ସାଂସଦଙ୍କ ପୁଅ ଦୁର୍ଘଟଣାରେ ମୃତ

କଟକ(ଓଡ଼ିଶା ରିପୋର୍ଟର): କଟକ ତେଲେଙ୍ଗାପେଣ୍ଠ ଦୁର୍ଘଟଣାରେ ୩ ମୃତକଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ । ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରାଧନଙ୍କ ପୁଅ ଅଙ୍କୁର ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ପୁଲିସ୍‌ ସ୍ପଷ୍ଟ କରିଛି।

ସୂଚନାଯୋଗ୍ୟ, ଆଜି ଭୋରରୁ ୧୬ ନମ୍ବର ଜାତୀୟ ରାଜପଥ କଟକ ତେଲେଙ୍ଗାପେଣ୍ଠ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା । ଭାରସାମ୍ୟ ହରାଇ ରାସ୍ତାକଡ଼ କେନାଲକୁ ଏକ ଜାଗୁଆର୍ କାର୍ ପଶି ଯାଇଥିଲା।  ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି।

କାର୍‌ଟି ରାତି ପ୍ରାୟ ୩ଟାରେ  କଟକ ଆଡୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା।  ତେବେ  ତେଲେଙ୍ଗା ପେଣ୍ଠ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଛୋଟ କେନାଲ ଭିତରକୁ ଖସିପଡିଥିଲା । ଗାଡିଟି ପାଣିରେ ବୁଡି ରହିଥିବା ବେଳେ ପୁଲିସ୍‌ ପହଞ୍ଚି ଗାଡିରେ ଥିବା ୩ଜଣଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲା ।

The post ପୂର୍ବତନ ସାଂସଦଙ୍କ ପୁଅ ଦୁର୍ଘଟଣାରେ ମୃତ appeared first on Odisha Reporter.



from Odisha Reporter https://ift.tt/37rXM79

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages